You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.

Agree Agree Agree Stay

ପିତ ଜ୍ୱର (ୱାଇଏଫ୍‌) ୟେଲୋ ଫିଭର୍ ଭାଇରସ୍ (ୱାଇଏଫଭି) କାରଣରୁ ହୋଇଥାଏ

ପିତ ଜ୍ୱର ବା ୟେଲୋ ଫିଭର୍ ହେଉଛି ଏକ ମାରାତ୍ମକ ଭୂତାଣୁଜନିତ ରୋଗ ଯାହାକି ନିର୍ଦ୍ଦିଷ୍ଟ ପ୍ରକାରର ମଶା କାମୁଡ଼ାରୁ ବ୍ୟାପିଥାଏ। ଏହି ଅସୁସ୍ଥତା ଟିକାକରଣ ଦ୍ୱାରା ପ୍ରତିହତ କରାଯାଇପାରିବ। ଟିକାକରଣ ପାଇବା ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ୟେଲୋ ଫିଭର୍ ଟିକାକରଣ ଏହି ରୋଗ ବ୍ୟାପିଥିବା ଏବଂ ଟ୍ରାଞ୍ଜିସନାଲ ଏରିଆକୁ ଭ୍ରମଣ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସୁପାରିଶ୍ କରାଯାଇଥାଏ।

ଯଦି ଆପଣ ଟୀକାକରଣ (ଭାକ୍ସିନେସନ)ରୁ ବଞ୍ଚିତ ହୁଅନ୍ତି ତେବେ ଆପଣ କ’ଣ କରିବା ଉଚିତ୍?
କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ)

ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଟୀକାକରଣର ମାତ୍ରାରୁ ବଞ୍ଚିତ ହୁଅନ୍ତି, ତେବେ ଆପଣ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ |

ଆପଣ ଜାଣିଥିଲେ କି?

  • ସିଡିସି ଅନୁଯାୟୀ, ୟେଲୋ ଫିଭର୍ ଦେଖା ଦେଉଥିବା 30 ରୁ 60% ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି।
  • ଏହି ୟେଲୋ ଫିଭରରେ ‘‘ୟେଲୋ’’ ବା ହଳଦିଆ କହିଲେ ଜଣ୍ଡିସ୍‌କୁ ବୁଝାଏ ଯାହାକି ରୋଗର ଏକ ମାରାତ୍ମକ ଲକ୍ଷଣ।

ବିଳମ୍ବ କରନ୍ତୁ ନାହିଁ!

ୟେଲୋ ଫିଭର ଟୀକାକରଣ ବିଷୟରେ ଅଧିକ ସୂଚନା ପାଇଁ ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

ୟେଲୋ ଫିଭର କହିଲେ କ’ଣ ବୁଝାଏ?

ପିତ ଜ୍ୱର ବା ୟେଲୋ ଫିଭର୍ ହେଉଛି ଏକ ମାରାତ୍ମକ ଭୂତାଣୁଜନିତ ରୋଗ ଯାହାକି ନିର୍ଦ୍ଦିଷ୍ଟ ପ୍ରକାରର ମଶା -ଏଡିସ୍ ଏଜିପ୍ଟି କାମୁଡ଼ାରୁ ବ୍ୟାପିଥାଏ - ଏହି ମଶା ମଧ୍ୟ ଡେଙ୍ଗୁ ଜ୍ୱର, ଚିକୁନଗୁନିଆ ଏବଂ ଜିକା ଫିଭର୍ ବ୍ୟାପିବାର କାରଣ ହୋଇଥାଏ। ଏହି ଜ୍ୱର ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରିବା କଠିନ ହୋଇଥାଏ ଏବଂ ମ୍ୟାଲେରିଆ ବା ହେପାଟାଇଟିସ୍‌ର ଭ୍ରମ ସୃଷ୍ଟି କରିପାରେ। ଏହି ରୋଗ ପାଇଁ କୌଣସି ତାଲିକାଭୁକ୍ତ ଉପଶମ ନାହିଁ। ଅବଶ୍ୟ, ଲକ୍ଷଣଗୁଡ଼ିକର ଚିକିତ୍ସା ଦ୍ୱାରା କିଛି ମାତ୍ରରେ ଆରାମ ମିଳିଥାଏ ଏବଂ ଜଟିଳତା ସୀମିତ କରାଯାଇପାରେ।

ୟେଲୋ ଫିଭର କିପରି ବ୍ୟାପିଥାଏ?

ୟେଲୋ ଫିଭର ମଶା କାମୁଡ଼ା ଯୋଗୁଁ ବ୍ୟାପିଥାଏ ଯାହାକି ୟେଲୋ ଫିଭର ଭୂତାଣୁ ଧାରଣ କରିଥାଏ। ଏଡିସ୍ ଏବଂ ହେମୋଗୋଗସ୍ ପ୍ରଜାତିର ମଶା ବଣଜଙ୍ଗଲରେ, ଅର୍ଦ୍ଧ ବସତି ଥିବା କ୍ଷେତ୍ରରେ ଏବଂ ସହରାଞ୍ଚଳରେ ବଂଶବୃଦ୍ଧି କରିଥାନ୍ତି ଏହି ମଶାମାନଙ୍କ ମାଧ୍ୟମରେ ଭୂତାଣୁ, ମାଙ୍କଡ଼, ମଣିଷ ଏବଂ ଉଭୟଙ୍କ ମଧ୍ୟରେ ବ୍ୟାପିଥାଏ।

ଏଡିସ୍ ଏଜିପ୍ଟି ମଶା ଶରୀରକୁ ମଣିଷ ବା ମାଙ୍କଡଙ୍କଠାରୁ ଭୂତାଣୁ ପ୍ରବେଶ କରିଥାଏ। ଯେତେବେଳେ ଏହି ମଶା ସଂକ୍ରମିତ ମାଙ୍କଡ଼ କିମ୍ବା ମଣିଷଙ୍କୁ କାମୁଡ଼େ, ମଶା ଶରୀରରେ ଭୂତାଣୁ ପ୍ରବେଶ କରିଥାଏ। ଯେତେବେଳେ ସଂକ୍ରମିତ ମଶା ଅନ୍ୟ ମଣିଷ ବା ମାଙ୍କଡ଼କୁ କାମୁଡ଼େ, ଉକ୍ତ ବ୍ୟକ୍ତି ବା ମାଙ୍କଡ଼ ଶରୀରରେ ଭୂତାଣୁ ଛାଡ଼ିଥାଏ ଯେଉଁଠାରେ ଏହା ଅସୁସ୍ଥତାର କାରଣ ହୋଇପାରେ।

ୟେଲୋ ଫିଭର୍ ବା ପିତ ଜ୍ୱର ସ୍ପର୍ଶ କରିବା କିମ୍ବା ତ୍ୱଚା ସଂସ୍ପର୍ଶରେ ଆସିବା ଯୋଗୁଁ ବ୍ୟାପିନଥାଏ।

ୟେଲୋ ଫିଭର୍ ବା ପିତ ଜ୍ୱରର ଲକ୍ଷଣ ଓ ଜଟିଳତାଗୁଡ଼ିକ କ’ଣ ରହିଛି?

ୟେଲୋ ଫିଭର୍ ବା ପିତ ଜ୍ୱର ଭୂତାଣୁ ରହିଥିବା ବ୍ୟକ୍ତିଙ୍କ ଶରୀରରେ ବିକଶିତ ହେବା ପାଇଁ ଅତିକମ୍‌ରେ ତିନିରୁ ଛଅ ଦିନ ପର୍ଯ୍ୟନ୍ତ ଲାଗିଥାଏ ଏବଂ ଏହି ସମୟରେ ଏହି ବ୍ୟକ୍ତି କୌଣସି ଲକ୍ଷଣ ଅନୁଭବ କରନ୍ତି ନାହିଁ। ତିନିରୁ ଛଅ ଦିନ ପରେ, ହୋଷ୍ଟ ବା ଏହି ଭୂତାଣୁ ଧାରଣ କରିଥିବା ବ୍ୟକ୍ତି ସାମାନ୍ୟ ଲକ୍ଷଣ ଦେଖିବା ଆରମ୍ଭ ହୁଏ:

  • ଜ୍ୱର
  • ମୁଣ୍ଡବ୍ୟଥା
  • ଅଇ ଉଠାଇବା, ଭୋକ ନ ଲାଗିବା
  • ବାନ୍ତି ହେବା
  • ମାଂସପେଶୀ ବ୍ୟଥା
  • ଆଲୋକ ପ୍ରତି ସମ୍ବେଦନଶୀଳତା
  • ଲାଲ୍ ଆଖି, ମୁହଁ କିମ୍ବା ଜିଭ

ଏହି ଲକ୍ଷଣଗୁଡ଼ିକ ସାଧାରଣତଃ କିଛି ଦିନ ପରେ ଦୂର ହୋଇଯାଇଥାଏ। ଯଦି, କିଛି ଦିନ ପରେ, ଲକ୍ଷଣ ଫେରିଆସେ ତେବେ ଏହି ଅସୁସ୍ଥତା ବିଷାକ୍ତ ପର୍ଯ୍ୟାୟକୁ ଯାଏ ଏବଂ ଜୀବନ ପ୍ରତି ଘାତକ ହୋଇପାରେ। ଗୁରୁତର ଘଟଣାରେ, ଏହା ଯୋଗୁଁ ହୋଇପାରେ:

  • ଯକୃତ ଏବଂ ବୃକକ୍ ଅକାମି ହୋଇଯିବା
  • ନାକ, ପାଟି ଏବଂ ଆଖିରୁ ରକ୍ତସ୍ରାବ
  • ଜଣ୍ଡିସ୍
  • ପେଟ ବ୍ୟଥା ଏବଂ ବାନ୍ତି, ବେଳେ ବେଳେ ରକ୍ତ
  • ମସ୍ତିଷ୍କ କାର୍ଯ୍ୟକାରିତାରେ ବିଭ୍ରାଟ

କେତେବେଳେ ଜଣେ ଶିଶୁ ୟେଲୋ ଫିଭର୍ ବା ପୀତ ଜ୍ୱର ପାଇଁ ଟିକା ନେବା ଆବଶ୍ୟକ?

ୟେଲୋ ଫିଭର୍ ଟିକାକରଣ ଏହି ରୋଗ ବ୍ୟାପିଥିବା ଏବଂ ଟ୍ରାଞ୍ଜିସନାଲ ଏରିଆକୁ ଭ୍ରମଣ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସୁପାରିଶ୍ କରାଯାଇଥାଏ।

ନଅ ମାସରୁ ଅଧିକ ବୟସର ଶିଶୁମାନେ ୟେଲୋ ଫିଭର୍ ବା ପୀତ ଜ୍ୱର ଟିକା ନେଇପାରିବେ।

ଅବଶ୍ୟ, ଅଧିକ ସୂଚନା ପାଇଁ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ୟେଲୋ ଫିଭର୍ ବା ପୀତ ଜ୍ୱର ଟିକାକରଣ ସହିତ ଜଡ଼ିତ ସାଧାରଣ ପାର୍ଶ୍ୱପ୍ରଭାବଗୁଡ଼ିକ କ’ଣ ରହିଛି?

ୟେଲୋ ଫିଭର୍ ବା ପୀତ ଜ୍ୱର ଟିକାର ସମ୍ଭାବ୍ୟ ପାର୍ଶ୍ୱପ୍ରଭାବଗୁଡ଼ିକ ଅନ୍ତର୍ଭୁକ୍ତ କରେ ଜ୍ୱର, ମାଂସପେଶୀ ବ୍ୟଥା ଏବଂ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନ ଦରଜ ହେବା କିମ୍ବା ଫୁଲିଯିବା।

ଯଦି ପାର୍ଶ୍ୱପ୍ରଭାବ ଜାରି ରହେ, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

ୟେଲୋ ଫିଭର୍ ବା ପୀତ ଜ୍ୱରର କୌଣସି ଉପଶମ ରହିଛି କି?

ୟେଲୋ ଫିଭର୍ ବା ପୀତ ଜ୍ୱର ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ଅବଶ୍ୟ, ଏଥିରୁ ଲକ୍ଷଣ ଅନୁଯାୟୀ ଚିକିତ୍ସା ଦ୍ୱାରା ଆରାମ ମିଳିପାରିବ ଏବଂ ଟିକାକରଣ ଦ୍ୱାରା ପ୍ରତିହତ କରାଯାଇପାରିବ।

ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।

ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।

ଆପଣଙ୍କ ଶିଶୁର ସୁରକ୍ଷାରେ ରହିଥିବା ସମ୍ଭାବ୍ୟ ଅଭାବଗୁଡ଼ିକ ଚିହ୍ନଟ କରନ୍ତୁ

ଆପଣଙ୍କ ଶିଶୁକୁ କୌଣସି ଟିକା ଦେବାକୁ ଭୁଲିଯାଇନାହାନ୍ତି ତ ଦେଖିବା ପାଇଁ ଏକ ବ୍ୟକ୍ତିଭିତ୍ତିକ ସମୟ ରେଖା ଉତ୍ପନ୍ନ କରନ୍ତୁ*

ବର୍ତ୍ତମାନ ବ୍ୟବହାର କରିବା ଆରମ୍ଭ କରନ୍ତୁ

2021(c) ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସର୍ବସ୍ୱତ୍ୱ ସଂରକ୍ଷିତ
ଗୋପନୀୟତା ନୀତି | କୁକିଜ୍ ନୀତି | ବୈଧାନିକ ସତର୍କବାଣୀ

ବୈଧାନିକ ସତର୍କବାଣୀ:
ଏହି ୱେବସାଇଟ୍ କେବଳ ଭାରତର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ।
ଏଠାରେ ଦର୍ଶାଯାଇଥିବା ରୋଗଗୁଡ଼ିକର ତାଲିକା ହେଉଛି ଆଇଏପି (ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍) ଦ୍ୱାରା ସେମାନଙ୍କ ରୁଟିନ୍ ଏବଂ କ୍ୟାଚଅପ୍ ଟିକାକରଣ (ଭ୍ୟାକ୍ସିନେସନ୍) ସୁପାରିଶ୍‌ରେ ରହିଥିବା ପ୍ରତିଷେଧଯୋଗ୍ୟ ରୋଗଗୁଡ଼ିକର ତାଲିକା ଅଟେ। ଏହି ତାଲିକା ବାହାରେ ମଧ୍ୟ ଅନ୍ୟାନ୍ୟ ରୋଗ ରହିପାରେ ଯାହାକି ଆପଣଙ୍କ ଶିଶୁକୁ ପ୍ରଭାବିତ କରିପାରେ। ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ। ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌।
ସିଏଲ୍ କୋଡ୍: ଏନ୍‌ପି-ଆଇଏନ୍-ଏବିଏକ୍ସ-ଡବ୍ଲ୍ୟୁସିଏନ୍‌ଟି-210003, ଡିଓପି ଡିସେମ୍ବର 2021

ଅଂଶୀଦାର କରନ୍ତୁ |
ଅଂଶୀଦାର କରନ୍ତୁ
Vaccination Tracker