You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.

Agree Agree Agree Stay

ଟାଇଫଏଡ୍, କିମ୍ବା ଟାଇଫଏଡ୍ ଜ୍ୱର ହେଉଛି ଜୀବନ ପ୍ରତି ଏକ ବିପଦଜନକ ରୋଗ ଯାହା ସ୍ୱଚ୍ଛତା ଅଭାବ ସ୍ଥାନରେ ଅଧିକ ଦେଖାଯାଏ | ବିଶୁଦ୍ଧ ଏବଂ ନିରାପଦ ଜଳର ସୁବିଧା, ଖାଦ୍ୟ ପରିଚାଳନା କରୁଥିବା ଲୋକଙ୍କ ମଧ୍ୟରେ ଉତ୍ତମ ସ୍ୱଚ୍ଛତା ଏବଂ ଉପଯୁକ୍ତ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରି ଏହାକୁ ସର୍ବୋତ୍ତମ ଭାବରେ ଦୂର କରାଯାଇ ପାରେ l ଟାଇଫଏଡ୍ କନଜୁଗେଟ୍ ଟୀକାକରଣ (ଭାକ୍ସିନେସନ) (TCV) ସାହାଯ୍ୟରେ ଏହାକୁ ମଧ୍ୟ ରୋକାଯାଇ ପାରିବ |

ଯଦି ଆପଣ ଟୀକାକରଣ (ଭାକ୍ସିନେସନ)ରୁ ବଞ୍ଚିତ ହୁଅନ୍ତି ତେବେ ଆପଣ କ’ଣ କରିବା ଉଚିତ୍?
କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ)

ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଟୀକାକରଣର ମାତ୍ରାରୁ ବଞ୍ଚିତ ହୁଅନ୍ତି, ତେବେ ଆପଣ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ |

ଆପଣ ଜାଣିଥିଲେ କି?

  • ଯେଉଁ ଦେଶଗୁଡ଼ିକରେ ଟାଇଫଏଡ୍ ବହୁତ ସାଧାରଣ ସେହି ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ |
  • ପ୍ରତି ବର୍ଷ ଆନୁମାନିକ 11–20 ମିଲିୟନ ଲୋକ ଟାଇଫଏଡ୍ ଦ୍ୱାରା ପ୍ରଭାବିତ ହୁଅନ୍ତି ଏବଂ 1.2-1.6 ଲକ୍ଷ ଲୋକ ମରିଥାଆନ୍ତି |

ବିଳମ୍ବ କରନ୍ତୁ ନାହିଁ!

ଟାଇଫଏଡ୍ କନଜୁଗେଟ୍ ଟୀକାକରଣ (ଭାକ୍ସିନେସନ) (TCV) ବିଷୟରେ ଆପଣଙ୍କର ଡାକ୍ତରଙ୍କ ସହ କଥା ହୁଅନ୍ତୁ |

ଟାଇଫଏଡ୍ କ’ଣ?

ଟାଇଫଏଡ୍ ହେଉଛି ଏକ ଜୀବନ ପ୍ରତି ବିପଦ ଥିବା ଭଳି ସଂକ୍ରମଣ ଏହା ସାଲମୋନେଲା ଟାଇଫି ଜୀବାଣୁ ଦ୍ୱାରା ହୋଇଥାଏ l ଏହି ରୋଗ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି |

ଟାଇଫଏଡ୍ କିପରି ସଂକ୍ରମିତ ହୁଏ?

ଟାଇଫଏଡ୍ ସଂକ୍ରମିତ ଖାଦ୍ୟ ଏବଂ ଜଳ ମାଧ୍ୟମରେ ବ୍ୟାପିଥାଏ | ଅତଏବ, ପରିମଳ ଅଭାବ ଏବଂ ଅସୁରକ୍ଷିତ ପାନୀୟ ଜଳ ଥିବା ସ୍ଥାନରେ ଟାଇଫଏଡରେ ସଂକ୍ରମିତ ହେବାର ବଡ଼ ସମ୍ଭାବନା ରହିଛି |

ଟାଇଫଏଡର ଲକ୍ଷଣ ଏବଂ ଜଟିଳତା କ’ଣ?

ଟାଇଫାଇଡ୍ ଲକ୍ଷଣଗୁଡ଼ିକ ହେଉଛି:

ଦୀର୍ଘ ସମୟ ଧରି ଅଧିକ ଜ୍ୱର

ଥକା

ମୁଣ୍ଡ ବ୍ୟଥା

କାଶ ବାନ୍ତି ବାନ୍ତି ଲାଗିବା

ପେଟ ଯନ୍ତ୍ରଣା

ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ

ଭୋକ କମିବା

କେତେକ ବ୍ୟକ୍ତିଙ୍କର ଘିମିରି ମଧ୍ୟ ହୋଇପାରେ | ଯେଉଁ ଲୋକମାନେ ଚିକିତ୍ସା ପାଆନ୍ତି ନାହିଁ ସେମାନଙ୍କର ସପ୍ତାହ କିମ୍ବା ମାସ ମାସ ଧରି ଜ୍ୱର ଲାଗି ରହେ l ଟାଇଫଏଡ୍ ଜ୍ୱରର ସାଙ୍ଘାତିକ ଘଟଣା ଜଟିଳତା କିମ୍ବା ମୃତ୍ୟୁର କାରଣ ହୋଇପାରେ |

ଟାଇଫଏଡ୍ (TCV) ପାଇଁ ପିଲା କେବେ ଟୀକାକରଣ (ଭାକ୍ସିନେସନ) ଗ୍ରହଣ କରିବା ଉଚିତ ?

ପିଲାମାନେ 6 ମାସରୁ 9 ମାସ ବୟସ ମଧ୍ୟରେ ଗୋଟିଏ ମାତ୍ରା ଗ୍ରହଣ କରିବା ଉଚିତ୍ |

ଯଦି ଜଣେ ପିଲା 9 ମାସ ବୟସ ପର୍ଯ୍ୟନ୍ତ ଏହି ମାତ୍ରା ଗ୍ରହଣ କରିନାହାଁନ୍ତି, ତେବେ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |

ତଥାପି, ଅଧିକ ସୂଚନା ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |

ଟାଇଫଏଡ୍ ସହିତ ଜଡିତ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ କ’ଣ?

ଇନାକ୍ଟିଭେଟେଡ୍ ଟାଇଫଏଡ୍ କନଜୁଗେଟ୍ ଟୀକାକରଣ (ଭାକ୍ସିନେସନ) (TCV) ପରେ ସାଧାରଣତଃ ଜଣାଶୁଣା ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ହେଉଛି:

ଇଞ୍ଜେକ୍ସନ ଯୋଗୁଁ ଯନ୍ତ୍ରଣା

ଇଞ୍ଜେକ୍ସନ ସ୍ଥାନରେ ନାଲି ପଡ଼ିବା କିମ୍ବା ଫୁଲା

ଜ୍ୱର

ମୁଣ୍ଡବ୍ୟଥା

ସାଧାରଣ ଅସ୍ୱଚ୍ଛନ୍ଦତା

ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

ଟାଇଫଏଡ୍କୁ କିପରି ରୋକାଯାଇ ପାରିବ?

ଏହି ରୋଗକୁ ଆପଣ ରୋକିବା ପାଇଁ ଏକ ଟାଇଫଏଡ୍ କଞ୍ଜୁଗେଟ୍ ଟୀକାକରଣ (ଭାକ୍ସିନେସନ) (TCV) ଗ୍ରହଣ କରିବା ହେଉଛି ଏକ ଜଣାଶୁଣା ପ୍ରଭାବଶାଳୀ ଉପାୟ |

ଟୀକାକରଣ (ଭାକ୍ସିନେସନ) ବ୍ୟତୀତ ଆପଣ ସ୍ୱଚ୍ଛତା ଏବଂ ପରିମଳ ଅଭ୍ୟାସଗୁଡ଼ିକ ଅନୁସରଣ କରିପାରିବେ ଏବଂ ନିରାପଦ ପାନୀୟ ଜଳ ପିଇ ପାରିବେ |

ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।

ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।

ଆପଣଙ୍କ ଶିଶୁର ସୁରକ୍ଷାରେ ରହିଥିବା ସମ୍ଭାବ୍ୟ ଅଭାବଗୁଡ଼ିକ ଚିହ୍ନଟ କରନ୍ତୁ

ଆପଣଙ୍କ ଶିଶୁକୁ କୌଣସି ଟିକା ଦେବାକୁ ଭୁଲିଯାଇନାହାନ୍ତି ତ ଦେଖିବା ପାଇଁ ଏକ ବ୍ୟକ୍ତିଭିତ୍ତିକ ସମୟ ରେଖା ଉତ୍ପନ୍ନ କରନ୍ତୁ*

ବର୍ତ୍ତମାନ ବ୍ୟବହାର କରିବା ଆରମ୍ଭ କରନ୍ତୁ

2021(c) ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସର୍ବସ୍ୱତ୍ୱ ସଂରକ୍ଷିତ
ଗୋପନୀୟତା ନୀତି | କୁକିଜ୍ ନୀତି | ବୈଧାନିକ ସତର୍କବାଣୀ

ବୈଧାନିକ ସତର୍କବାଣୀ:
ଏହି ୱେବସାଇଟ୍ କେବଳ ଭାରତର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ।
ଏଠାରେ ଦର୍ଶାଯାଇଥିବା ରୋଗଗୁଡ଼ିକର ତାଲିକା ହେଉଛି ଆଇଏପି (ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍) ଦ୍ୱାରା ସେମାନଙ୍କ ରୁଟିନ୍ ଏବଂ କ୍ୟାଚଅପ୍ ଟିକାକରଣ (ଭ୍ୟାକ୍ସିନେସନ୍) ସୁପାରିଶ୍‌ରେ ରହିଥିବା ପ୍ରତିଷେଧଯୋଗ୍ୟ ରୋଗଗୁଡ଼ିକର ତାଲିକା ଅଟେ। ଏହି ତାଲିକା ବାହାରେ ମଧ୍ୟ ଅନ୍ୟାନ୍ୟ ରୋଗ ରହିପାରେ ଯାହାକି ଆପଣଙ୍କ ଶିଶୁକୁ ପ୍ରଭାବିତ କରିପାରେ। ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ। ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌।
ସିଏଲ୍ କୋଡ୍: ଏନ୍‌ପି-ଆଇଏନ୍-ଏବିଏକ୍ସ-ଡବ୍ଲ୍ୟୁସିଏନ୍‌ଟି-210003, ଡିଓପି ଡିସେମ୍ବର 2021

ଅଂଶୀଦାର କରନ୍ତୁ |
ଅଂଶୀଦାର କରନ୍ତୁ
Vaccination Tracker