You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.

Agree Agree Agree Stay

ପୋଲିଓ, କିମ୍ବା ପୋଲିଓମିଏଲାଇଟିସ୍, ଏକ ସଂକ୍ରାମକ ଭୁତାଣୁଜନିତ ରୋଗ ଯାହା ପକ୍ଷାଘାତ ଭଳି ସ୍ଥାୟୀ ଅକ୍ଷମତାର କାରଣ ହୋଇପାରେ, ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ | ଏହି ରୋଗରୁ ରକ୍ଷା କରିବା ପାଇଁ ପୋଲିଓ ଟୀକାକରଣ (ଭାକ୍ସିନେସନ) ଏକ ପ୍ରଭାବଶାଳୀ ଉପାୟ |

ଯଦି ଆପଣ ଟୀକାକରଣ (ଭାକ୍ସିନେସନ)ରୁ ବଞ୍ଚିତ ହୁଅନ୍ତି ତେବେ ଆପଣ କ’ଣ କରିବା ଉଚିତ୍?
କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ)

ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଟୀକାକରଣର ମାତ୍ରାରୁ ବଞ୍ଚିତ ହୁଅନ୍ତି, ତେବେ ଆପଣ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ |

ଆପଣ ଜାଣିଥିଲେ କି?

  • 1988 ମସିହାରୁ ୱାଇଲ୍ଡ ପୋଲିଓଭାଇରସ୍ ଘଟଣାରେ 99% ହ୍ରାସ ଘଟିଛି, ଯାହା ସେତେ ବେଳର ଆନୁମାନିକ 3,50,00 ଘଟଣାରୁ ହ୍ରାସ ଘଟି 2019 ରେ 175 ରିପୋର୍ଟରେ ପହଞ୍ଚିଛି।

ବିଳମ୍ବ କରନ୍ତୁ ନାହିଁ!

ପୋଲିଓ ଟୀକାକରଣ (ଭାକ୍ସିନେସନ) ବିଷୟରେ ଆପଣଙ୍କ ଡାକ୍ତରଙ୍କ ସହ କଥା ହୁଅନ୍ତୁ |

ପୋଲିଓ କ’ଣ?

ପୋଲିଓମାଇଲିଟିସ୍ ହେଉଛି ପୋଲିଓ ଭୁତାଣୁ ଦ୍ୱାରା ସୃଷ୍ଟି ହେଉଥିବା ଏକ ରୋଗ, ସାଧାରଣତଃ ଏହା ପୋଲିଓ ଭାବରେ ଜଣାଶୁଣା | ଏହା ମୁଖ୍ୟତ ପିଲାମାନଙ୍କୁ ପ୍ରଭାବିତ କରିଥାଏ ଏବଂ ଏହାର ଗମ୍ଭୀରତା ଉପରେ ନିର୍ଭର କରି ପକ୍ଷାଘାତ ଏବଂ ମୃତ୍ୟୁର କାରଣ ହୋଇପାରେ | ଏହା ବ୍ୟତୀତ ବଞ୍ଚିଥିବା ଲୋକମାନେ ପୋଷ୍ଟ-ପୋଲିଓ ସିଣ୍ଡ୍ରୋମ ଦ୍ୱାରା ମଧ୍ୟ ପ୍ରଭାବିତ ହୁଅନ୍ତି। ସଂକ୍ରମଣର ପ୍ରାୟ 15 ରୁ 40 ବର୍ଷ ପରେ ସେମାନେ ମାଂସପେଶୀ ଯନ୍ତ୍ରଣା, ଦୁର୍ବଳତା ଏବଂ ପକ୍ଷାଘାତ ଅନୁଭବ କରନ୍ତି |

ପୋଲିଓ କିପରି ସଂକ୍ରମିତ ହୁଏ?

ପୋଲିଓ ଭୁତାଣୁ ଅତ୍ୟଧିକ ସଂକ୍ରାମକ ଏବଂ ତେଣୁ ଏହା ବ୍ୟକ୍ତିଙ୍କ ଠାରୁ ଆଉ ଜଣେ ବ୍ୟକ୍ତିଙ୍କୁ ସହଜରେ ବିସ୍ତାର ହୋଇପାରେ | ଏହା ନିମ୍ନଲିଖିତ ଉପାୟଗୁଡ଼ିକରେ ବ୍ୟାପିଥାଏ:

ଯଦି ଆପଣ ସଂକ୍ରମିତ ବ୍ୟକ୍ତିଙ୍କ ମଳ (ଝାଡ଼ା) ସଂସ୍ପର୍ଶରେ ଆସନ୍ତି

ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ କିମ୍ବା

କାଶରୁ କଣିକା ସଂକ୍ରମିତ ବ୍ୟକ୍ତିଙ୍କର ଲକ୍ଷଣ ଦେଖାଯିବାର 2 ସପ୍ତାହ ପୂର୍ବରୁ କିମ୍ବା 2 ସପ୍ତାହ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ସେ ଏହି ଜୀବାଣୁ ବିସ୍ତାର କରିପାରନ୍ତି। ଲକ୍ଷଣହୀନ ବ୍ୟକ୍ତିମାନେ ମଧ୍ୟ ପୋଲିଓ ଭୁତାଣୁ ସଂକ୍ରମିତ କରିପାରିବେ |

ପିଲାଟି କେବେ ପୋଲିଓ ଟୀକାକରଣ (ଭାକ୍ସିନେସନ) ଗ୍ରହଣ କରିବା ଉଚିତ?

ଓରାଲ୍ ପୋଲିଓ ଟିକା (OPV) ର ପ୍ରଥମ ମାତ୍ରା ଏକ ଶିଶୁକୁ ଜନ୍ମ ସମୟରେ ଦିଆଯାଏ |

OPVର ଜନ୍ମ ମାତ୍ରା ଦେବା କରିବା ପରେ, ଇଞ୍ଜେକ୍ସନ ଦ୍ୱାରା ଦେବା ଯୋଗ୍ୟ ଇନାକ୍ଟିଭେଟେଡ୍ ପୋଲିଓ ଭାଇରସ୍ (IPV)-ରହିଥିବା ଟିକା ଗୁରୁତ୍ୱପୂର୍ଣ୍ଣ ଏବଂ 6 ସପ୍ତାହରୁ ଅଧିକ ଏକ ଶିଶୁ ପାଇଁ ନିୟମିତ ଭାବରେ ପରାମର୍ଶ ଦିଆଯାଏ | ଏହି IPV-ରହିଥିବା ଟିକାଗୁଡ଼ିକ ଏକ ସ୍ୱତନ୍ତ୍ର ଭାବରେ କିମ୍ବା ମିଶ୍ରଣରେ ଉପଲବ୍ଧ ଅଟେ | ଏଥି ସହିତ, ସମସ୍ତ ପିତାମାତାଙ୍କୁ ଜାତୀୟ ତଥା ଉପ-ଜାତୀୟ ପଲ୍ସ ପୋଲିଓ ଦିନରେ ଯେପରି ସେମାନଙ୍କ ପିଲା OPV ଗ୍ରହଣ କରିବେ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି |

ତଥାପି, ଅଧିକ ସୂଚନା ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |

ପୋଲିଓ ଲକ୍ଷଣ ଏବଂ ଜଟିଳତା

ପୋଲିଓ ଭାଇରସରେ ସଂକ୍ରମିତ ପ୍ରତ୍ୟେକ ବ୍ୟକ୍ତି ଏହାର ଲକ୍ଷଣ ଦେଖାଇବେ ନାହିଁ | ଅବଶ୍ୟ, ପ୍ରତି ଚାରି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ 1 ଜଣ ଫ୍ଲୁରେ ଦେଖାଯାଉଥିବା ପରି ସମାନ ଲକ୍ଷଣଗୁଡ଼ିକ ଦେଖାଇବେ |

ଏଗୁଡିକ ହେଉଛି:

ଗଳ। ଖରାପ

ଜ୍ୱର

ପେଟ ଯନ୍ତ୍ରଣା

କ୍ଳାନ୍ତ

ବାନ୍ତି ବାନ୍ତି ଲାଗିବା

ମୁଣ୍ଡବ୍ୟଥା

ଏଗୁଡ଼ିକ ସାମାନ୍ୟ ଲକ୍ଷଣ ଏବଂ ସାଧାରଣତଃ 2 ରୁ 5 ଦିନ ପର୍ଯ୍ୟନ୍ତ ରହିବ ନାହିଁ l

ସଂକ୍ରମଣର ଗମ୍ଭୀରତା ଉପରେ ନିର୍ଭର କରି କେତେକ ଗୁରୁତର ଲକ୍ଷଣ ଅନୁଭବ କରିପାରନ୍ତି ଯାହା ମେରୁଦଣ୍ଡ ଏବଂ ମସ୍ତିଷ୍କକୁ ପ୍ରଭାବିତ କରିଥାଏ, ଯେପରିକି:

ପାରାସ୍ଥେସିଆ, ଯାହା ପିନ୍ ଏବଂ ଛୁଞ୍ଚି ଫୋଡ଼ିବାର ଅନୁଭବ କିମ୍ବା ଅଙ୍ଗରେ ବିଶେଷ ଭାବରେ ଗୋଡରେ ଜଡ଼ତା ଅନୁଭବ |

ମେନିଞ୍ଜାଇଟିସ୍ ହେଉଛି ମସ୍ତିଷ୍କ ଏବଂ ସ୍ପାଇନାଲ କର୍ଡ ପରଦାରେ ପ୍ରଦାହ ପାରାଲିସିସ୍ ହେଉଛି ଏକ ଅନ୍ୟତମ ଭୟଙ୍କର ଲକ୍ଷଣ ଯାହା ସ୍ଥାୟୀ ଅକ୍ଷମତା ଏବଂ ମୃତ୍ୟୁର କାରଣ ହୋଇପାରେ, ଯାହା ଏହାକୁ ପୋଲିଓ ସହିତ ଜଡିତ ସବୁଠାରୁ ଭୟଙ୍କର ଲକ୍ଷଣ କରିଥାଏ |

ପୋଲିଓ ଟୀକାକରଣ (ଭାକ୍ସିନେସନ) ସହିତ ଜଡ଼ିତ ପ୍ରତିକୂଳ ପ୍ରଭାବ

ଟିକା ସମେତ ଯେକୌଣସି ଔଷଧ ସହିତ ପାର୍ଶ୍ୱ ପ୍ରତିକ୍ରିୟା ହେବାର ସମ୍ଭାବନା ଥାଏ | ଏଗୁଡ଼ିକ ସାଧାରଣତଃ ମୃଦୁ ଏବଂ ଆପେ ଆପେ ଚାଲିଯାଆନ୍ତି |

IPV ପାଇଥିବା କିଛି ଲୋକଙ୍କର ଯନ୍ତ୍ରଣା ଦାଗ ହୋଇଥାଏ ଏବଂ ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା ଅନୁଭବ କରନ୍ତି | IPV ଗମ୍ଭୀର ସମସ୍ୟା ସୃଷ୍ଟି କରୁଥିବା ଜଣା ପଡିନାହିଁ, ଏବଂ ଅଧିକାଂଶ ଲୋକଙ୍କର ଏଥିରେ କୌଣସି ଅସୁବିଧା ନାହିଁ |

ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

ପୋଲିଓର ଉପଶମ ଅଛି କି? -

• ନାଁ, ପୋଲିଓ ପାଇଁ କୌଣସି ଉପଶମ ନାହିଁ | ଉପଯୁକ୍ତ ଟୀକାକରଣ (ଭାକ୍ସିନେସନ) ସହିତ ଶିଶୁକୁ ଟୀକା ଦେବା ଦ୍ୱାରା ପୋଲିଓକୁ ରୋକାଯାଇ ପାରିବ |

ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।

ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।

ଆପଣଙ୍କ ଶିଶୁର ସୁରକ୍ଷାରେ ରହିଥିବା ସମ୍ଭାବ୍ୟ ଅଭାବଗୁଡ଼ିକ ଚିହ୍ନଟ କରନ୍ତୁ

ଆପଣଙ୍କ ଶିଶୁକୁ କୌଣସି ଟିକା ଦେବାକୁ ଭୁଲିଯାଇନାହାନ୍ତି ତ ଦେଖିବା ପାଇଁ ଏକ ବ୍ୟକ୍ତିଭିତ୍ତିକ ସମୟ ରେଖା ଉତ୍ପନ୍ନ କରନ୍ତୁ*

ବର୍ତ୍ତମାନ ବ୍ୟବହାର କରିବା ଆରମ୍ଭ କରନ୍ତୁ

2021(c) ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସର୍ବସ୍ୱତ୍ୱ ସଂରକ୍ଷିତ
ଗୋପନୀୟତା ନୀତି | କୁକିଜ୍ ନୀତି | ବୈଧାନିକ ସତର୍କବାଣୀ

ବୈଧାନିକ ସତର୍କବାଣୀ:
ଏହି ୱେବସାଇଟ୍ କେବଳ ଭାରତର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ।
ଏଠାରେ ଦର୍ଶାଯାଇଥିବା ରୋଗଗୁଡ଼ିକର ତାଲିକା ହେଉଛି ଆଇଏପି (ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍) ଦ୍ୱାରା ସେମାନଙ୍କ ରୁଟିନ୍ ଏବଂ କ୍ୟାଚଅପ୍ ଟିକାକରଣ (ଭ୍ୟାକ୍ସିନେସନ୍) ସୁପାରିଶ୍‌ରେ ରହିଥିବା ପ୍ରତିଷେଧଯୋଗ୍ୟ ରୋଗଗୁଡ଼ିକର ତାଲିକା ଅଟେ। ଏହି ତାଲିକା ବାହାରେ ମଧ୍ୟ ଅନ୍ୟାନ୍ୟ ରୋଗ ରହିପାରେ ଯାହାକି ଆପଣଙ୍କ ଶିଶୁକୁ ପ୍ରଭାବିତ କରିପାରେ। ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ। ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌।
ସିଏଲ୍ କୋଡ୍: ଏନ୍‌ପି-ଆଇଏନ୍-ଏବିଏକ୍ସ-ଡବ୍ଲ୍ୟୁସିଏନ୍‌ଟି-210003, ଡିଓପି ଡିସେମ୍ବର 2021

ଅଂଶୀଦାର କରନ୍ତୁ |
ଅଂଶୀଦାର କରନ୍ତୁ
Vaccination Tracker