5 ବର୍ଷରୁ କମ୍ ପିଲାମାନଙ୍କ ମୃତ୍ୟୁରେ ନିମୋୋକୋକାଲ୍ ରୋଗ ହେଉଛି ମୁଖ୍ୟ କାରଣ ଏବଂ ଏହା ନ୍ୟୁମୋନିଆ ଏବଂ ମେନିଞ୍ଜାଇଟିସ୍ ଭଳି ଗୁରୁତର ରୋଗର କାରଣ ହୋଇପାରେ ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.
Agree Agree Agree Stayଜୀବାଣୁ ଷ୍ଟ୍ରେପ୍ଟୋକୋକସ୍ ନିମୋନିଆ ଦ୍ୱାରା ହେଉଥିବା ସଂକ୍ରମଣଗୁଡ଼ିକୁ ନିମୋକୋକାଲ୍ ରୋଗ କୁହାଯାଏ। ଏହି ରୋଗରୁ ରକ୍ଷା କରିବାରେ ନିମୋକୋକାଲ୍ ଟୀକାକରଣ (ଭାକ୍ସିନେସନ) ଏକ ଜଣାଶୁଣା ଉପାୟ |
ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଟୀକାକରଣର ମାତ୍ରାରୁ ବଞ୍ଚିତ ହୁଅନ୍ତି, ତେବେ ଆପଣ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ |
ନିମୋକୋକାଲ୍ ଟୀକାକରଣ (ଭାକ୍ସିନେସନ) ବିଷୟରେ ଆପଣଙ୍କ ଡାକ୍ତରଙ୍କ ସହିତ କଥା ହୁଅନ୍ତୁ |
ଷ୍ଟ୍ରେପ୍ଟୋକୋକସ୍ ନିମୋନିଆ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ ସାଧାରଣତଃ ନିମୋକୋକାଲ୍ ରୋଗଗୁଡ଼ିକ ବୋଲି କୁହାଯାଏ | ସେଗୁଡ଼ିକ ନିମୋନିଆ, ସେପ୍ଟିସେମିଆ, ଏବଂ ମେନିଞ୍ଜାଇଟିସ୍ ଭଳି ଗମ୍ଭୀର ରୋଗ ଠାରୁ ଆରମ୍ଭ କରି କମ୍ ଗମ୍ଭୀର, କିନ୍ତୁ ସାଧାରଣ ସଂକ୍ରମଣ ଯଥା ସାଇନୁସାଇଟିସ୍ ଏବଂ ଓଟାଇଟିସ୍ ମିଡିଆ (ମଧ୍ୟମ କାନ ସଂକ୍ରମଣ) ପର୍ଯ୍ୟନ୍ତ ଅଟନ୍ତି |
ନିମୋକୋକାଲ୍ ବ୍ୟାକ୍ଟେରିଆ ସଂକ୍ରମିତ ଲୋକମାନଙ୍କ ଦ୍ୱାରା ସେମାନଙ୍କର ଶ୍ୱାସକ୍ରିୟା କଣିକା ଏବଂ ଲାଳ କିମ୍ବା ମ୍ୟୁକସ ଭଳି ସ୍ରାବ ଦ୍ୱାରା ବ୍ୟାପି ଥାଏ l
ଅନେକ ଲୋକ, ବିଶେଷକରି ପିଲାମାନେ, ଜୀବାଣୁଙ୍କର ଲକ୍ଷଣହୀନ ବାହକ ଅଟନ୍ତି ଏବଂ ଏହି ରୋଗକୁ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି |
ନିମୋକୋକାଲ୍ ରୋଗର ଲକ୍ଷଣ ଶରୀରର ଯେଉଁ ଅଙ୍ଗର ହୋଇଥାଏ ତାହା ଉପରେ ନିର୍ଭର କରେ ଏବଂ ସାମାନ୍ୟରୁ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ | ନିମ୍ନରେ ଉଲ୍ଲେଖ କରାଯାଇଥିବା ସଂକ୍ରମଣର ପ୍ରକାର ଉପରେ ମଧ୍ୟ ଲକ୍ଷଣଗୁଡ଼ିକ ନିର୍ଭର କରେ, କିନ୍ତୁ ଏତିକିରେ ସୀମିତ ନୁହେଁ:
ନ୍ୟୁମୋନିଆ (ଫୁସଫୁସ୍ ସଂକ୍ରମଣ)
ଜ୍ୱର ଏବଂ କମ୍ପ
ଶ୍ୱାସ କ୍ରିୟାରେ ଅସୁବିଧା କିମ୍ବା ଦ୍ରୁତ ଶ୍ୱାସକ୍ରିୟା
କାଶିବା
ଛାତି ଯନ୍ତ୍ରଣା
ମେନିଞ୍ଜାଇଟିସ୍ (ମସ୍ତିଷ୍କ ଏବଂ ସ୍ପାଇନାଲ କର୍ଡ ଲାଇନିଙ୍ଗ ସଂକ୍ରମଣ)
ବେକରେ କଠିନତା
ଜ୍ୱର
ମୁଣ୍ଡବ୍ୟଥା
ଆଲୋକ ପ୍ରତି ସମ୍ବେଦନଶୀଳତା
ଦ୍ୱନ୍ଦ୍ୱ
ବାକ୍ଟେରିମିଆ (ରକ୍ତ ସଂକ୍ରମଣ)
କମ୍ପ
ଜ୍ୱର
ସତର୍କତା ହ୍ରାସ
ସେପସିସ୍ (ଏକ ସଂକ୍ରମଣର ଚରମ ପ୍ରତିକ୍ରିୟା)
ବିଭ୍ରାନ୍ତି କିମ୍ବା ଦ୍ୱନ୍ଦ୍ୱ
ଧଇଁ ସଇଁ
ଜ୍ୱର ଏବଂ କମ୍ପନ
ଓଦାଳିଆ, ଝାଳୁଆ ଚର୍ମ |
ଉଚ୍ଚ ହୃଦସ୍ପନ୍ଦନ
ଅତ୍ୟଧିକ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା
ମଧ୍ୟମ କାନ ସଂକ୍ରମଣ (ଓଟାଇଟିସ୍ ମିଡିଆ)
କାନରେ ଯନ୍ତ୍ରଣା
ନାଲି, ଫୁଲିଥିବା କର୍ଣ୍ଣ ପଟହ
ଜ୍ୱର
ନିଦ୍ରା ଲାଗିବା
ସାଇନସ୍ ସଂକ୍ରମଣ
ମୁଣ୍ଡବ୍ୟଥା
ନାକରୁ ସିଙ୍ଗାଣୀ ବହିବା କିମ୍ବା ନାକ ଚୁଣ୍ଟି ହେବା
ଗନ୍ଧ ବାରି ନପାରିବା
ମୁହଁରେ ଯନ୍ତ୍ରଣା କିମ୍ବା ଚାପ
ପୋଷ୍ଟନାସାଲ୍ ଡ୍ରିପ୍
ନିମୋକୋକାଲ୍ ଟୀକାକରଣ (ଭାକ୍ସିନେସନ) ନିମୋକୋକାଲ୍ ରୋଗକୁ ରୋକିବା ପାଇଁ ଏକ ପ୍ରଭାବଶାଳୀ ଉପାୟ |
ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦେବାରେ କିମ୍ବା ସଂକ୍ରମଣର ବିସ୍ତାରକୁ ରୋକିବାରେ ଅନ୍ୟ ଉପାୟଗୁଡ଼ିକ ହେଉଛି:
ଛିଙ୍କିବା କିମ୍ବା କାଶିବା ସମୟରେ ପାଟି ଘୋଡାଇବା
ନିୟମିତ ଭାବେ ହାତ ଧୋଇବା
ସ୍ତନ୍ୟପାନ କରାଇବା
ଧୂଆଁ-ମୁକ୍ତ ପରିବେଶ
ନିମୋକୋକାଲ୍ ରୋଗ ପାଇଁ ଏକ ଶିଶୁ କେବେ ଟୀକାକରଣ (ଭାକ୍ସିନେସନ) ଗ୍ରହଣ କରିବା ଉଚିତ୍?
ନିମୋକୋକାଲ୍ ରୋଗ ପାଇଁ ଟୀକାକରଣ (ଭାକ୍ସିନେସନ) 6 ସପ୍ତାହରୁ ଆରମ୍ଭ ହୁଏ l
ବିଭିନ୍ନ ଟୀକାର ଭିନ୍ନ ଭିନ୍ନ ଟୀକାକରଣ (ଭାକ୍ସିନେସନ) କାର୍ଯ୍ୟସୂଚୀ ଅଛି | ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କର ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ |
ତଥାପି, ଅଧିକ ସୂଚନା ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |
ଯେକୌଣସି ଟୀକାକରଣ (ଭାକ୍ସିନେସନ) ସହିତ ପାର୍ଶ୍ୱ ପ୍ରତିକ୍ରିୟାର ଏକ ସୁଯୋଗ ଅଛି, ଯାହା ସାଧାରଣତଃ ସାମାନ୍ୟ କିନ୍ତୁ କେତେକ ସୀମିତ ନୁହଁନ୍ତି:
ନାଲି ପଡ଼ିବା
ଫୁଲା
ଟୀକା ଦିଆଯାଇଥିବା ସ୍ଥାନରେ କୋମଳତା
ଜ୍ୱର
ଭୋକ ହ୍ରାସ
ମୁଣ୍ଡ ବ୍ୟଥା
କମ୍ପ
5 ବର୍ଷରୁ କମ୍ ପିଲାମାନଙ୍କ ମୃତ୍ୟୁରେ ନିମୋୋକୋକାଲ୍ ରୋଗ ହେଉଛି ମୁଖ୍ୟ କାରଣ ଏବଂ ଏହା ନ୍ୟୁମୋନିଆ ଏବଂ ମେନିଞ୍ଜାଇଟିସ୍ ଭଳି ଗୁରୁତର ରୋଗର କାରଣ ହୋଇପାରେ ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।
ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।