ସମ୍ପ୍ରତି ଜାପାନିଜ୍ ଏନସେଫାଲାଇଟିସ୍ ର କୌଣସି ନିର୍ଦ୍ଦିଷ୍ଟ ଉପଶମ ନାହିଁ। ଅବଶ୍ୟ, ଲକ୍ଷଣ ଅନୁଯାୟୀ ଚିକିତ୍ସା, ଯାହାକି ଅନ୍ତର୍ଭୁକ୍ତ କରେ ଔଷଧ ସେବନ, ତରଳ ପଦାର୍ଥ ଏବଂ ଅମ୍ଳଜାନ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିପାରେ।
You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.
Agree Agree Agree Stayଜାପାନିଜ୍ ଏନସେଫାଲାଇଟିସ୍ ହେଉଛି ଏକ ଭୂତାଣୁଜନିତ ସଂକ୍ରମଣ ଯାହାକି ସଂକ୍ରମିତ ମଶା କାମୁଡ଼ିବା ମାଧ୍ୟମରେ ବ୍ୟାପିଥାଏ। ଏହା ଟିକାକରଣ ଦ୍ୱାରା ପ୍ରତିହତ କରାଯାଇପାରିବ। ଜାପାନିଜ୍ ଏନସେଫାଲାଇଟିସ୍ ହେଉଛି ଏକ ଭୂତାଣୁଜନିତ ସଂକ୍ରମଣ ଯାହାକି ସଂକ୍ରମିତ ମଶା କାମୁଡ଼ିବା ମାଧ୍ୟମରେ ବ୍ୟାପିଥାଏ। ଏହା ଟିକାକରଣ ଦ୍ୱାରା ପ୍ରତିହତ କରାଯାଇପାରିବ।
ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଟୀକାକରଣର ମାତ୍ରାରୁ ବଞ୍ଚିତ ହୁଅନ୍ତି, ତେବେ ଆପଣ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ |
ଜାପାନିଜ୍ ଏନସେଫାଲାଇଟିସ୍ ଟୀକାକରଣ ବିଷୟରେ ଅଧିକ ସୂଚନା ପାଇଁ ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଜାପାନିଜ୍ ଏନସେଫାଲାଇଟିସ୍ ହେଉଛି ଏକ ଭୂତାଣୁଜନିତ ସଂକ୍ରମଣ ଯାହାକି ଫ୍ଲାଭି ଭାଇରସ୍ ଦ୍ୱାରା ବ୍ୟାପିଥାଏ। ଏହା ଭୂତାଣୁ ସହିତ ସଂକ୍ରମିତ ମଶା କାମୁଡ଼ିବା ଯୋଗୁଁ ବ୍ୟାପିଥାଏ। ଏହି ସଂକ୍ରମଣର ପ୍ରାଥମିକ ଉତ୍ସ ଘୁଷୁରୀ ଏବଂ ପକ୍ଷୀମାନଙ୍କ କ୍ଷେତ୍ରରେ ଦେଖାଯାଇଛି, ଯାହାକି ସଂକ୍ରମିତ ପଶୁମାନଙ୍କୁ ମଶା କାମୁଡ଼ିବା ଦ୍ୱାରା ମଶା ମାନଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇଥାଏ। ଏହି ରୋଗ କାରଣରୁ ମସ୍ତିଷ୍କରେ ଫୁଲା କିମ୍ବା ଗୁରୁତର ଘଟଣାରେ କ୍ଷତି ଦେଖା ଦେଇଥାଏ ଯାହାକି ସ୍ଥାୟୀ ଭାବରେ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବାର କାରଣ ହୋଇଥାଏ। ଭୂତାଣୁ ବହନ କରୁଥିବା ମଶା ଅଧିକାଂଶ ନିରକ୍ଷ ବା ଟ୍ରପିକାଲ୍ ଅଞ୍ଚଳର ହୋଇଥାଏ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ହୋଇଥାଏ ଯାହାକି ସନ୍ତସନ୍ତିଆ ସ୍ଥାନ, ଘୁଷୁରୀ ଫାର୍ମ ଏବଂ ଧାନ ଜମିକୁ ଅନ୍ତର୍ଭୁକ୍ତ କରେ।
ଗୁରୁତର ଜଟିଳତା ଦେଖା ଦେଉଥିବା ପ୍ରତି 4 ଜଣଙ୍କ ମଧ୍ୟରୁ ଜଣକର ଏହି ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଥାଏ।
ଏହି ଭୂତାଣୁଜନିତ ରୋଗ ପଶୁମାନଙ୍କଠାରୁ ମନୁଷ୍ୟକୁ ମଶା କାମୁଡ଼ା ମାଧ୍ୟମରେ ବ୍ୟାପିଥାଏ। ଘୁଷୁରୀ ଏବଂ ପକ୍ଷୀ ଏହି ଭୂତାଣୁର ପ୍ରାଥମିକ ବାହକ ହୋଇଥାନ୍ତି। ଯେତେବେଳେ ଗୋଟିଏ ମଶା ସଂକ୍ରମିତ ପଶୁ କିମ୍ବା ପକ୍ଷୀକୁ କାମୁଡ଼େ, ଏହା ଭୂତାଣଉ ସହିତ ସଂକ୍ରମିତ ହୋଇଥାଏ। ବର୍ତ୍ତମାନ, ଯଦି ସେହି ସଂକ୍ରମିତ ମଶା ମଣିଷକୁ କାମୁଡ଼େ, ଏହା ମାଧ୍ୟମରେ ଭୂତାଣୁ ବ୍ୟାପେ, ଫଳରେ ସଂକ୍ରମଣ ସୃଷ୍ଟି ହୁଏ।
ମନୁଷ୍ୟମାନଙ୍କୁ ସ୍ପର୍ଶ କରିବା କିମ୍ବା ତାଙ୍କ ସହିତ ଖିଆପିଆ କଲେ ଏହି ଭୂତାଣୁ ବ୍ୟାପେ ନାହିଁ।
ଅଧିକାଂଶ ଏହି ଅସୁସ୍ଥତାରେ ସଂକ୍ରମିତ ବ୍ୟକ୍ତି କୌଣସି ଲକ୍ଷଣ ଦେଖାନ୍ତି ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ଯେପରିକି ମୁଣ୍ଡ ବିନ୍ଧା ବା ଅଇ ଉଠାଇବା ଦେଖା ଦେଇଥାଏ। ଏହି ଲକ୍ଷଣଗୁଡ଼ିକୁ ସାଧାରଣତଃ ଫ୍ଲୁ ଭାବରେ ଧରି ନିଆଯାଇଥାଏ।
ଅବଶ୍ୟ, ଜାପାନିଜ୍ ଏନସେଫାଲାଇଟିସ୍ ସହିତ ସଂକ୍ରମିତ ଖୁବ୍ କମ୍ ଲୋକଙ୍କଠାରେ ଜଟିଳତା ଦେଖା ଦେଇଥାଏ ଯେପରିକି ସଂକ୍ରମଣ ମସ୍ତିଷ୍କକୁ ବ୍ୟାପି ଯାଇଥାଏ। କ୍ୱଚିତ ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥା ଅନୁଭବ କରିପାରନ୍ତି:
ଯଦି ଗୁରୁତର ଜଟିଳତାରେ ଆକ୍ରାନ୍ତ ବ୍ୟକ୍ତି ଜୀବିତ ରହନ୍ତି ତେବେ ତାଙ୍କ କ୍ଷେତ୍ରରେ ସ୍ଥାୟୀ ମସ୍ତିଷ୍କ କ୍ଷତି, ଗୋଟିଏ ବା ଦୁଇଟି ଅଙ୍ଗ ପକ୍ଷାଘାତର ଶିକାର ହେବା, ଦୁର୍ବଳ ମାଂସପେଶୀ, ଟୁଇଚେସ୍ ବା ମାଂସପେଶୀ ଡେଇଁବା ଇତ୍ୟାଦି ଦେଖାଦେଇପାରେ।
ସାଧାରଣତଃ ଦୁଇ ମାସ ଏବଂ ଅଧିକ ବୟସର ଶିଶୁମାନଙ୍କୁ ଜାପାନିଜ୍ ଏନସେଫାଲାଇଟିସ୍ ଟିକା ନେବା ପାଇଁ ସୁପାରିଶ୍ କରାଯାଇଥାଏ।
ଅବଶ୍ୟ, ଅଧିକ ସୂଚନା ପାଇଁ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଏହି ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସାମାନ୍ୟ ଏବଂ କ୍ଷଣସ୍ଥାୟୀ ପାର୍ଶ୍ୱପ୍ରଭାବମାନ ଦେଖା ଦେଇପାରେ, ଯେପରିକି:
ଯଦି ପାର୍ଶ୍ୱପ୍ରଭାବ ଜାରି ରହେ, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ସମ୍ପ୍ରତି ଜାପାନିଜ୍ ଏନସେଫାଲାଇଟିସ୍ ର କୌଣସି ନିର୍ଦ୍ଦିଷ୍ଟ ଉପଶମ ନାହିଁ। ଅବଶ୍ୟ, ଲକ୍ଷଣ ଅନୁଯାୟୀ ଚିକିତ୍ସା, ଯାହାକି ଅନ୍ତର୍ଭୁକ୍ତ କରେ ଔଷଧ ସେବନ, ତରଳ ପଦାର୍ଥ ଏବଂ ଅମ୍ଳଜାନ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିପାରେ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।
ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।