You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.

Agree Agree Agree Stay

ହେପାଟାଇଟିସ୍ ବି ହେଉଛି ଏକ ସଂକ୍ରମଣ ଯାହା ହେପାଟାଇଟିସ୍ ବି ଜୀବାଣୁ ଦ୍ୱାରା ହୁଏ, ଏହା ଟୀକାକରଣ (ଭାକ୍ସିନେସନ) ଦ୍ୱାରା ରୋକାଯାଇପାରିବ

ଯଦି ଆପଣ ଟୀକାକରଣ (ଭାକ୍ସିନେସନ)ରୁ ବଞ୍ଚିତ ହୁଅନ୍ତି ତେବେ ଆପଣ କ’ଣ କରିବା ଉଚିତ୍?
କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ)

ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଟୀକାକରଣର ମାତ୍ରାରୁ ବଞ୍ଚିତ ହୁଅନ୍ତି, ତେବେ ଆପଣ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ |

ଆପଣ ଜାଣିଥିଲେ କି?

  • 6 ବର୍ଷ ବୟସ ପୂର୍ବରୁ ସଂକ୍ରମିତ ତିନି ପିଲାଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର (ଦୀର୍ଘକାଳୀନ) ହେପାଟାଇଟିସ୍ ବି ହେବାର ଆଶଙ୍କା ଥାଏ |
  • ବିଶ୍ୱ ସ୍ତରରେ 2015ରେ ହେପାଟାଇଟିସ୍ ବି ସଂକ୍ରମଣରେ ସିରୋସିସ୍ (କ୍ରନିକ୍ ଯକୃତ ରୋଗ) ଏବଂ ହେପାଟୋସେଲୁଲାର୍ କାରସିନୋମା ହେତୁ 8 ଲକ୍ଷରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ବିଳମ୍ବ କରନ୍ତୁ ନାହିଁ!

ହେପାଟାଇଟିସ୍ ବି ଟୀକାକରଣ (ଭାକ୍ସିନେସନ) ବିଷୟରେ ଆପଣଙ୍କ ଡାକ୍ତରଙ୍କ ସହ କଥା ହୁଅନ୍ତୁ |

ହେପାଟାଇଟିସ୍ ବି କ’ଣ?

ହେପାଟାଇଟିସ୍ ବି ହେଉଚିତ ଭୁତାଣୁଜନିତ ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ୍ ବି ଜୀବାଣୁ ଦ୍ୱାରା ହୋଇଥାଏ l ଏହା ଯକୃତକୁ ପ୍ରଭାବିତ କରିଥାଏ ଏବଂ ତୀବ୍ର (ସ୍ୱଳ୍ପକାଳୀନ) କିମ୍ବା ଗୁରୁତର (ଦୀର୍ଘକାଳୀନ) ରୋଗର କାରଣ ହୋଇପାରେ |

ପିଲାମାନଙ୍କ ମଧ୍ୟରେ ଦୀର୍ଘକାଳୀନ ସଂକ୍ରମଣ ହେବାର ଆଶଙ୍କା ଅଧିକ | ହେପାଟାଇଟିସ୍ ବି ସଂକ୍ରମଣରେ ମାତ୍ର 2-6 ପ୍ରତିଶତ ବୟସ୍କ ବ୍ୟକ୍ତି ଦୀର୍ଘକାଳୀନ ରୋଗ କିମ୍ବା ସଂକ୍ରମଣର ଶିକାର ହୁଅନ୍ତି, ଶିଶୁମାନଙ୍କ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ଘଟି 90% ହୋଇପାରେ।

ସଂକ୍ରମିତ ପ୍ରତ୍ୟେକ ବ୍ୟକ୍ତି ଲକ୍ଷଣ ଅନୁଭବ କରି ନପାରନ୍ତି, କେତେକ ସିରୋସିସ୍ (କ୍ରନିକ୍ ଲିଭର ଡିଜିଜ) ଏବଂ ଯକୃତ କର୍କଟ ଭଳି ପରିସ୍ଥିତିର ସାମ୍ନା କରିପାରନ୍ତି, ଯାହା ସାଂଘାତିକ ପ୍ରମାଣିତ ହୋଇପାରେ |

ହେପାଟାଇଟିସ୍ ବି କିପରି ସଂକ୍ରମିତ ହୁଏ?

ହେପାଟାଇଟିସ୍ ବି ସଂସ୍ପର୍ଶରେ ଆସିବାର ଆଶଙ୍କା ଜନ୍ମରୁ ଆରମ୍ଭ ହୁଏ | ହେପାଟାଇଟିସ୍ ବି ଦ୍ୱାରା ସଂକ୍ରମିତ ହେବାର କିଛି ସାଧାରଣ ବାଟଗୁଡ଼ିକ ଏଠାରେ ଅଛି:

ଜନ୍ମ ସମୟରେ ସଂକ୍ରମିତ ମା ଠାରୁ ପିଲାକୁ (ପେରିନାଟାଲ୍ ଟ୍ରାନ୍ସମିସନ୍)

ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ସଂସ୍ପର୍ଶ

ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଟୁଥ୍ ବ୍ରଶ୍ କିମ୍ବା ବ୍ଲେଡ୍ ଭଳି ଜିନିଷଗୁଡିକର ବ୍ୟବହାର

ଛୁଞ୍ଚି, ସିରିଞ୍ଜ ଏବଂ ସେହିଭଳି ଅନ୍ୟାନ୍ୟ ସରଞ୍ଜାମ ବ୍ୟବହାର କରିବା

ସଂକ୍ରମିତ ସାଥୀ ମାଧ୍ୟମରେ ଯୌନ ସମ୍ପର୍କ ଯୋଗୁଁ

ସ୍ତନ୍ୟପାନ କରାଇବା, ଆଲିଙ୍ଗନ କରିବା, କାଶିବା, ଛିଙ୍କିବା, ହାତ ଧରିବା କିମ୍ବା ବାସନ ବ୍ୟବହାର, ଖାଦ୍ୟ କିମ୍ବା ଜଳ ମାଧ୍ୟମରେ ଏହି ଜୀବାଣୁ ବିସ୍ତାର ହୁଏ ନାହିଁ।

ହେପାଟାଇଟିସ୍ ବି ପାଇଁ ଏକ ଶିଶୁ କେବେ ଟୀକାକରଣ (ଭାକ୍ସିନେସନ) ଗ୍ରହଣ କରିବା ଉଚିତ?

ହେପାଟାଇଟିସ୍ ବି ଟୀକାକରଣ (ଭାକ୍ସିନେସନ) କାର୍ଯ୍ୟସୂଚୀ ଏକାଧିକ ବିକଳ୍ପ ପ୍ରଦାନ କରୁଛି, ଅତ୍ୟନ୍ତ ସହଜ |

ଏଗୁଡିକ ଅନ୍ତର୍ଭୁକ୍ତ କରେ:

ଜନ୍ମ, 6 ଏବଂ 14 ସପ୍ତାହ

ଜନ୍ମ, 6 ସପ୍ତାହ, 6 ମା

ଜନ୍ମ, 6 ସପ୍ତାହ, 10 ସପ୍ତାହ, 14 ସପ୍ତାହ

ହେପାଟାଇଟିସ୍ ବି ଟିକା ଏକ ସ୍ୱତନ୍ତ୍ର ଭାବରେ ବା ମିଶ୍ରଣ ଭାବରେ ଉପଲବ୍ଧ ଅଟେ | ଯଦି ଟିକା ଗ୍ରହଣ କରିବାରୁ ବଞ୍ଚିତ ହୋଇଥାଆନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହେପାଟାଇଟିସ୍ ବି ପାଇଁ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ନିଆଯାଇପାରେ |

ତଥାପି, ଅଧିକ ସୂଚନା ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ

ହେପାଟାଇଟିସ୍ ବି ଲକ୍ଷଣ ଏବଂ ଜଟିଳତାଗୁଡ଼ିକ

ସଂକ୍ରମଣର ପ୍ରାରମ୍ଭିକ ଦିନଗୁଡ଼ିକରେ ଜଣେ ବ୍ୟକ୍ତି କୌଣସି ଲକ୍ଷଣ ଅନୁଭବ କରିପାରନ୍ତି ନାହିଁ |

ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଏହି ଭଳି ଲକ୍ଷଣ ଅନୁଭବ କରିପାରନ୍ତି ଯେପରିକି:

ଜଣ୍ଡିସ୍ (ହଳଦିଆ ଚର୍ମ ଏବଂ ଆଖି)

ବାନ୍ତି

ପେଟ ଯନ୍ତ୍ରଣା

ବାନ୍ତି ବାନ୍ତି ଲାଗିବା (ପେଟରେ ଅସୁସ୍ଥ ଅନୁଭବ କରିବା, ବାନ୍ତି କରିବାକୁ ଇଛା ହେବା)

ଥକାପଣ (ଅତ୍ୟଧିକ ଥକାପଣ ବା କ୍ଲାନ୍ତି)

ଗାଢ଼ ପରିସ୍ରା

ଏହି ଲକ୍ଷଣଗୁଡିକ ଅନେକ ସପ୍ତାହ ପର୍ଯ୍ୟନ୍ତ ରହିପାରେ | କେତେକ କ୍ଷେତ୍ରରେ, ଗୁରୁତର ହେପାଟାଇଟିସ୍ ରୋଗୀମାନଙ୍କର ଗୁରୁତର ଯକୃତ ବିଫଳତା ହୋଇପାରେ, ଯାହା ସାଂଘାତିକ ହୋଇପାରେ |

ହେପାଟାଇଟିସ୍ ବି ଟୀକାକରଣ (ଭାକ୍ସିନେସନ) ସହିତ ଜଡ଼ିତ ପ୍ରତିକୂଳ ପ୍ରଭାବଗୁଡ଼ିକ

ହେପାଟାଇଟିସ୍ ବି ଟୀକାକରଣ ସହିତ ଜଡ଼ିତ କେତେକ ସାଧାରଣ ପ୍ରତିକୂଳ ପ୍ରଭାବଗୁଡ଼ିକ ହେଉଛି, କେବଳ ଏତିକିରେ ସୀମିତ ନୁହେଁ:

ମୁଣ୍ଡବ୍ୟଥା

ଜ୍ୱର

ଇଞ୍ଜେକ୍ସନ ଦେବା ସ୍ଥାନ ନାଲି ପଡ଼ିବା କିମ୍ବା ଯନ୍ତ୍ରଣା ହେବା

ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଅଧିକ ବିବରଣୀ ପାଇଁ, ଦୟାକରି ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ |

ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

ହେପାଟାଇଟିସ୍ A ଟୀକାକରଣ ହେପାଟାଇଟିସ୍ ବି ସଂକ୍ରମଣରୁ ରକ୍ଷା କରେ କି? -

ନାଁ, ହେପାଟାଇଟିସ୍ ଏ ପାଇଁ ଟୀକାକରଣ ହେପାଟାଇଟିସ୍ ବି ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରେ ନାହିଁ | ହେପାଟାଇଟିସ୍ ବି ଟୀକାକରଣକୁ ପୃଥକ ଭାବରେ ଗ୍ରହଣ କରିବା ଉଚିତ l

ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।

ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।

ଆପଣଙ୍କ ଶିଶୁର ସୁରକ୍ଷାରେ ରହିଥିବା ସମ୍ଭାବ୍ୟ ଅଭାବଗୁଡ଼ିକ ଚିହ୍ନଟ କରନ୍ତୁ

ଆପଣଙ୍କ ଶିଶୁକୁ କୌଣସି ଟିକା ଦେବାକୁ ଭୁଲିଯାଇନାହାନ୍ତି ତ ଦେଖିବା ପାଇଁ ଏକ ବ୍ୟକ୍ତିଭିତ୍ତିକ ସମୟ ରେଖା ଉତ୍ପନ୍ନ କରନ୍ତୁ*

ବର୍ତ୍ତମାନ ବ୍ୟବହାର କରିବା ଆରମ୍ଭ କରନ୍ତୁ

2021(c) ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସର୍ବସ୍ୱତ୍ୱ ସଂରକ୍ଷିତ
ଗୋପନୀୟତା ନୀତି | କୁକିଜ୍ ନୀତି | ବୈଧାନିକ ସତର୍କବାଣୀ

ବୈଧାନିକ ସତର୍କବାଣୀ:
ଏହି ୱେବସାଇଟ୍ କେବଳ ଭାରତର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ।
ଏଠାରେ ଦର୍ଶାଯାଇଥିବା ରୋଗଗୁଡ଼ିକର ତାଲିକା ହେଉଛି ଆଇଏପି (ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍) ଦ୍ୱାରା ସେମାନଙ୍କ ରୁଟିନ୍ ଏବଂ କ୍ୟାଚଅପ୍ ଟିକାକରଣ (ଭ୍ୟାକ୍ସିନେସନ୍) ସୁପାରିଶ୍‌ରେ ରହିଥିବା ପ୍ରତିଷେଧଯୋଗ୍ୟ ରୋଗଗୁଡ଼ିକର ତାଲିକା ଅଟେ। ଏହି ତାଲିକା ବାହାରେ ମଧ୍ୟ ଅନ୍ୟାନ୍ୟ ରୋଗ ରହିପାରେ ଯାହାକି ଆପଣଙ୍କ ଶିଶୁକୁ ପ୍ରଭାବିତ କରିପାରେ। ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ। ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌।
ସିଏଲ୍ କୋଡ୍: ଏନ୍‌ପି-ଆଇଏନ୍-ଏବିଏକ୍ସ-ଡବ୍ଲ୍ୟୁସିଏନ୍‌ଟି-210003, ଡିଓପି ଡିସେମ୍ବର 2021

ଅଂଶୀଦାର କରନ୍ତୁ |
ଅଂଶୀଦାର କରନ୍ତୁ
Vaccination Tracker