You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.

Agree Agree Agree Stay

କଲେରା ହେଉଛି ଏକ ବୀଜାଣୁଜନିତ ସଂକ୍ରମଣ ଯାହାକି - ଭିବ୍ରିଓ କଲେରା ନାମକ ବୀଜାଣୁ ଦ୍ୱାରା ପ୍ରଦୂଷିତ ଅପରିଷ୍କାର ଖାଦ୍ୟ ଓ ପାନୀୟ ସେବନ କରିବା ଫଳରେ ଦେଖା ଦେଇଥାଏ। ଯଦି ଚିକିତ୍ସା କରାନଯାଏ ତେବେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ମୃତ୍ୟୁର କାରଣ ହୋଇଥାଏ। ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରଭାବଶାଳୀ ଉପାୟ ହେଉଛି କଲେରା ଟିକା ନେବା। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ନିୟମିତ ବ୍ୟବହାର ପାଇଁ ସୁପାରିଶ୍ କରାଯାଏ ନାହିଁ; କେବଳ ଅତ୍ୟଧିକ ବ୍ୟାପିଥିବା କ୍ଷେତ୍ରରେ ରହୁଥିବା ଲୋକଙ୍କୁ ଟିକାକରଣ ପାଇଁ ସୁପାରିଶ୍ କରାଯାଇଥାଏ।

ଯଦି ଆପଣ ଟୀକାକରଣ (ଭାକ୍ସିନେସନ)ରୁ ବଞ୍ଚିତ ହୁଅନ୍ତି ତେବେ ଆପଣ କ’ଣ କରିବା ଉଚିତ୍?
କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ)

ଯଦି ଆପଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଟୀକାକରଣର ମାତ୍ରାରୁ ବଞ୍ଚିତ ହୁଅନ୍ତି, ତେବେ ଆପଣ କ୍ୟାଚ୍-ଅପ୍ ଟୀକାକରଣ (ଭାକ୍ସିନେସନ) ପାଇଁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ |

ଆପଣ ଜାଣିଥିଲେ କି?

  • ପ୍ରତି ବର୍ଷ ସାରା ବିଶ୍ୱରେ 1.3ରୁ 4 ନିୟୁତ କଲେରା ରୋଗ ହେଉଥିବାର ରିପୋର୍ଟ କରାଯାଇଥାଏ ଏବଂ ଏହି ରୋଗରେ ପ୍ରାୟ 1 ଲକ୍ଷ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି।
  • ପ୍ରାୟ 2020 ବେଳକୁ 24ଟି ଦେଶରେ ପ୍ରାୟ 3, 23,369 ଲୋକ ରୋଗଗ୍ରସ୍ତ ହୋଇଥିବା ଏବଂ 857ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଥିଲା।

ବିଳମ୍ବ କରନ୍ତୁ ନାହିଁ!

କଲେରା ଟୀକାକରଣ ବିଷୟରେ ଅଧିକ ସୂଚନା ପାଇଁ ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

କଲେରା କହିଲେ କଣ ବୁଝାଏ?

କଲେରା ହେଉଛି ଏକ ଅତ୍ୟନ୍ତ ଭୟଙ୍କର ରୋଗ ଯାହାକି ଗୁରୁତର ତୀବ୍ର ପାଣି ପରି ଡାଇରିଆ ହେବାର କାରଣ ହୋଇପାରେ

କଲେରା ହେଉଛି ଏକ ତୀବ୍ର ଅନ୍ତ୍ର ସଂକ୍ରମଣ ଯାହାକି ମଳ ସହିତ ସଂକ୍ରମିତ ଖାଦ୍ୟ ଓ ଜଳ ମାଧ୍ୟମରେ ବ୍ୟାପିଥାଏ। କଲେରା ବ୍ୟାକ୍ଟେରିୟମ୍ (ଭିବ୍ରିଓ କଲେରା) ଜଣେ ବ୍ୟକ୍ତିଙ୍କର ଅନ୍ତ୍ରକୁ ଆକ୍ରମଣ କରିଥାଏ ଏବଂ ଡାଇରିଆ ଏବଂ ପାଣିଆ ଝାଡ଼ା, ବାନ୍ତି ହେବା ଓ ଏହାର ଫଳସ୍ୱରୂପ ତରଳ ପଦାର୍ଥ ହାନିର କାରଣ ହୋଇଥାଏ। ଗୁରୁତର ଘଟଣାରେ ଚିକିତ୍ସା କରାନଗଲେ ଏହା ଜଳହାନିର କାରଣ ହୋଇ ଉକ୍ତ ବ୍ୟକ୍ତିଙ୍କୁ ସକ୍‌ରେ ଉପନୀତ ହେବା ସହ ତାଙ୍କ ମୃତ୍ୟୁର କାରଣ ହୋଇଥାଏ।

କଲେରା କିପରି ବ୍ୟାପିଥାଏ?

କଲେରା ମଳରେ ଦେଖା ଦେଉଥିବା - ଭିବ୍ରିଓ କଲେରା - ନାମକ ବ୍ୟାକ୍ଟେରିଆ ଦ୍ୱାରା ପ୍ରଦୂଷିତ ଖାଦ୍ୟ ଓ ଜଳ ଗ୍ରହଣ କରିବା ଦ୍ୱାରା ବ୍ୟାପିଥାଏ।

ଏହା ନିମ୍ନଲିଖିତ ଉପାୟରେ ବ୍ୟାପିଥାଏ:

  • ଯଦି ଆପଣ ସଂକ୍ରମିତ ବ୍ୟକ୍ତିଙ୍କର ମଳ ସଂସ୍ପର୍ଶରେ ଆସନ୍ତି
  • ଯଦି ଆପଣ ମଳ (ବ୍ୟାକ୍ଟେରିୟମ୍ - ଭିବ୍ରିଓ କଲେରା) ସହିତ ପ୍ରଦୂଷିତ ଜଳ ପାନ କରନ୍ତି କିମ୍ବା ଖାଦ୍ୟ ଖାଆନ୍ତି।
  • ଯଦି ଆପଣ କଞ୍ଚା କିମ୍ବା ଭଲ ଭାବରେ ରନ୍ଧା ହୋଇନଥିବା ଖୋଳପାଯୁକ୍ତ ମାଛ ଖାଇଥାନ୍ତି।

ଏହା ବହୁ ସମୟରେ ସହରାଞ୍ଚଳର ବସ୍ତି, ଶରଣାର୍ଥି ଶିବିର ଏବଂ ଗରିବ ଲୋକଙ୍କ କଲୋନୀରେ ଦେଖା ଯାଇଥାଏ ଯେଉଁଠାରେ ଉପଯୁକ୍ତ ପରିମଳ ବ୍ୟବସ୍ଥା ନଥାଏ।

କଲେରା ଜଣେ ବ୍ୟକ୍ତିଙ୍କଠାରୁ ଆଉ ଜଣେ ବ୍ୟକ୍ତିଙ୍କୁ ବ୍ୟାପିନଥାଏ କିନ୍ତୁ ଏହା ସଂକ୍ରମିତ ବ୍ୟକ୍ତିଙ୍କ ମଳ ସଂସ୍ପର୍ଶରେ ଆସିବା କାରଣରୁ ବ୍ୟାପିପାରେ।

କଲେରାର ଲକ୍ଷଣ ଓ ଜଟିଳତାଗୁଡ଼ିକ କ’ଣ ରହିଛି?

ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ପ୍ରଦୂଷିତ ଜଳ କିମ୍ବା ଖାଦ୍ୟ ଖାଇବାର 12 ଘଣ୍ଟା ରୁ 5 ଦିନ ମଧ୍ୟରେ ଦେଖା ଦେଇପାରେ। ସାଧାରଣ ଲକ୍ଷଣ ଗୁଡ଼ିକ ହେଲା:

  • ପାଣି ପରି ତରଳ ଝାଡ଼ା ଲାଗି ରହିବା
  • ଜଳହୀନତା
  • ବାନ୍ତି ହେବା
  • ଦ୍ରୁତ ଗତିରେ ତରଳ ପଦାର୍ଥ ହାନି
  • ଗୋଡ଼ରେ ଆକୁଞ୍ଚନ
  • ସକ୍

ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟରୁ ମଧ୍ୟମ ହୋଇଥାଏ, ସାମାନ୍ୟ ଡାଇରିଆ ଏବଂ ଜଳହୀନତା ଘଟଣା ମଧ୍ୟ ଦେଖା ଦେଇଥାଏ। ଗୁରୁତର ଘଟଣାଗୁଡ଼ିକରେ ବ୍ୟକ୍ତି ଅନୁଭବ କରିପାରନ୍ତି:

  • ନିମ୍ନ ରକ୍ତ ଶର୍କରା: ପିଲାମାନଙ୍କ କ୍ଷେତ୍ରରେ ଉଚ୍ଚ ବିପଦର ଆଶଙ୍କା ରହିଥାଏ କାରଣ ନିମ୍ନ ରକ୍ତ ଶର୍କରା ଅଚେତ ହୋଇଯିବା, ବାତ ମାରିବା ଏବଂ ଏପରିକି ମୃତ୍ୟୁର କାରଣ ହୋଇପାରେ।
  • ବୃକକ୍ ଅକାମୀ ହୋଇଯିବା: କଲେରା ଯୋଗୁଁ ଶରୀରରେ ତରଳ ପଦାର୍ଥ ଏବଂ ବର୍ଜ୍ୟବସ୍ତୁ ଜମା ହୋଇ ରହିଥାଏ ଏବଂ ମାରାତ୍ମକ ଜଟିଳତା ଉତ୍ପନ୍ନ କରିଥାଏ।
  • ପୋଟାସିୟମ୍ କମ୍ ରହିବା: କଲେରା ଦ୍ରୁତ ଗତିରେ ଶରୀରରୁ ତରଳ ପଦାର୍ଥ କମିଯିବାର କାରଣ ହୋଇଥାଏ ଏବଂ ଇଲେକ୍ଟ୍ରେଲାଇଟ୍ ତଥା ପୋଟାସିୟମ୍ ପରି ଖଣିଜ ସାର ମଧ୍ୟ କମି ଯାଇଥାଏ। ପୋଟାସିୟମ୍ କମ୍ ରହିବା ଆପଣଙ୍କ ହୃତପିଣ୍ଡ ଓ ସ୍ନାୟୁ କାର୍ଯ୍ୟକାରିତାକୁ ପ୍ରଭାବିତ କରିପାରେ।

କେତେବେଳେ ଜଣେ ଶିଶୁ କଲେରା ପାଇଁ ଟିକା ନେବା ଆବଶ୍ୟକ?

ଏକ ବର୍ଷରୁ ଅଧିକ ବୟସର ପିଲାମାନେ ପାଟି ବାଟେ ସେବନ କରାଯାଉଥିବା କଲେରା ଟିକା ନେଇପାରିବେ।

ପାଟିବାଟେ ଖିଆଯାଉଥିବା କଲେରା ଟିକା ଦୁଇଟି ପାନର ଟିକା ହୋଇଥାଏ ଯାହାକି ଅତିକମ୍‌ରେ 2 ସପ୍ତାହ ବ୍ୟବଧାନରେ ଦିଆଯାଇଥାଏ।

ଅବଶ୍ୟ, ଅଧିକ ସୂଚନା ପାଇଁ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

କଲେରା ଟିକାକରଣ ସହିତ ଜଡ଼ିତ ସାଧାରଣ ପାର୍ଶ୍ୱପ୍ରଭାବଗୁଡ଼ିକ କ’ଣ ରହିଛି?

କଲେରା ଟିକାର ସମ୍ଭାବ୍ୟ ପାର୍ଶ୍ୱପ୍ରଭାବଗୁଡ଼ିକ ହେଉଛି:

  • ଜ୍ୱର
  • ପେଟ ବ୍ୟଥା
  • ବାନ୍ତି ହେବା
  • କାଶ
  • ତ୍ୱଚାରେ ପିତ୍ତିକା ବା ଫଳିଯିବା
  • କୁଣ୍ଡାଇ ହେବା,
  • ଦୁର୍ବଳତା
  • ଭର୍ଟିଗୋ
  • ଅଇ ଉଠାଇବା
  • ପାଟି ଶୁଖିଲା ଲାଗିବା

ଅଧିକାଂଶ ପାର୍ଶ୍ୱପ୍ରଭାବ ସାଧାରଣ ହୋଇଥାଏ ଏବଂ ସମୟକ୍ରମେ ଉପଶମ ହୋଇଥାଏ।

ଯଦି ପାର୍ଶ୍ୱପ୍ରଭାବ ଜାରି ରହେ, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

ମୁଁ କିପରି କଲେରା ପ୍ରତିହତ କରିପାରିବି?

ଯଦି ଆପଣ କଲେରା ବ୍ୟାପିଥିବା କ୍ଷେତ୍ରରେ ବାସ କରୁଛନ୍ତି କିମ୍ବା ଏପରି ସ୍ଥାନକୁ ଯାତ୍ରା କରୁଛନ୍ତି ନିମ୍ନରେ ଦିଆଯାଇଥିବା ଏହି ପଦ୍ଧତିଗୁଡ଼ିକ ଅନୁସରଣ କରନ୍ତୁ:

  • ଖାଦ୍ୟ ପଦାର୍ଥ ସ୍ପର୍ଶ କରିବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର କରିବା ପରେ ସାବୁନ୍ ଓ ପାଣିରେ ହାତ ଧୁଅନ୍ତୁ।
  • କେବଳ ଫୁଟା ଯାଇଥିବା, ବିଶୋଧିତ ପାଣି କିମ୍ବା ବୋତଲ ପାଣି ପିଅନ୍ତୁ।
  • ରାସ୍ତାକଡ଼ର ବୁଲା ବିକାଳିଙ୍କ ଠାରୁ ଯଥାସମ୍ଭବ ଖାଦ୍ୟ ଖାଇବା ଏଡ଼ାନ୍ତୁ।
  • ଯେଉଁ ଫଳର ଚୋପା ଛଡ଼ା ଯାଇପାରିବ ନାହିଁ ଯେପରିକି ଅଙ୍ଗୁର ଏବଂ ବିଭିନ୍ନ କୋଳି ଖାଇବା ଏଡ଼ାନ୍ତୁ।
  • କଞ୍ଚା କିମ୍ବା ଭଲ ଭାବରେ ରନ୍ଧା ହୋଇନଥିବା ସାମଗ୍ରିକ ଖାଦ୍ୟ ଯେପରିକି ସୁସି ଏବଂ ଖୋଳପାଯୁକ୍ତ ମାଛ ଏଡ଼ାନ୍ତୁ।

ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ।

ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌। ଏହି ରୋଗକୁ ଉପସ୍ଥାପିତ କରୁଥିବା ଆଇକନ୍/ଛବି ଏବଂ ଆନିମେସନ୍ କେବଳ ଦୃଷ୍ଟାନ୍ତ ନିମନ୍ତେ ଉଦ୍ଦିଷ୍ଟ।

ଆପଣଙ୍କ ଶିଶୁର ସୁରକ୍ଷାରେ ରହିଥିବା ସମ୍ଭାବ୍ୟ ଅଭାବଗୁଡ଼ିକ ଚିହ୍ନଟ କରନ୍ତୁ

ଆପଣଙ୍କ ଶିଶୁକୁ କୌଣସି ଟିକା ଦେବାକୁ ଭୁଲିଯାଇନାହାନ୍ତି ତ ଦେଖିବା ପାଇଁ ଏକ ବ୍ୟକ୍ତିଭିତ୍ତିକ ସମୟ ରେଖା ଉତ୍ପନ୍ନ କରନ୍ତୁ*

ବର୍ତ୍ତମାନ ବ୍ୟବହାର କରିବା ଆରମ୍ଭ କରନ୍ତୁ

2021(c) ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସର୍ବସ୍ୱତ୍ୱ ସଂରକ୍ଷିତ
ଗୋପନୀୟତା ନୀତି | କୁକିଜ୍ ନୀତି | ବୈଧାନିକ ସତର୍କବାଣୀ

ବୈଧାନିକ ସତର୍କବାଣୀ:
ଏହି ୱେବସାଇଟ୍ କେବଳ ଭାରତର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ।
ଏଠାରେ ଦର୍ଶାଯାଇଥିବା ରୋଗଗୁଡ଼ିକର ତାଲିକା ହେଉଛି ଆଇଏପି (ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍) ଦ୍ୱାରା ସେମାନଙ୍କ ରୁଟିନ୍ ଏବଂ କ୍ୟାଚଅପ୍ ଟିକାକରଣ (ଭ୍ୟାକ୍ସିନେସନ୍) ସୁପାରିଶ୍‌ରେ ରହିଥିବା ପ୍ରତିଷେଧଯୋଗ୍ୟ ରୋଗଗୁଡ଼ିକର ତାଲିକା ଅଟେ। ଏହି ତାଲିକା ବାହାରେ ମଧ୍ୟ ଅନ୍ୟାନ୍ୟ ରୋଗ ରହିପାରେ ଯାହାକି ଆପଣଙ୍କ ଶିଶୁକୁ ପ୍ରଭାବିତ କରିପାରେ। ଅଧିକ ସୂଚନା ପାଇଁ ଦୟାକରି ଆପଣଙ୍କ ଶିଶୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଏକ ଜନ ସଚେତନତା ପ୍ରୟା ଆଣିଛନ୍ତି ଗ୍ଲାକ୍ସୋସ୍ମିଥଲାଇନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଡକ୍ଟର ଆନିବେସାନ୍ତ ରୋଡ୍, ବରେଲି, ମୁମ୍ବାଇ 400030, ଭାରତ। ଏହି ବିଷୟବସ୍ତୁରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସଚେତନତା ନିମନ୍ତେ ରହିଛି। ଏଥିରେ ଦିଆଯାଇଥିବା କୌଣସି ବିଷୟ ଡାକ୍ତରୀ ପରାମର୍ଶର ପରିପୂରକ ନୁହେଁ। ଯଦି ଆପଣଙ୍କ ଅବସ୍ଥା ବିଷୟରେ କୌଣସି ଡାକ୍ତରୀ ସଂଶୟ କିମ୍ବା ପ୍ରଶ୍ନ ବା ଚିନ୍ତା ରହିଛି, ଦୟାକରି ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଟିକାକରଣ ପାଇଁ ଏହି ରୋଗର ତାଲିକା ସମ୍ପୂର୍ଣ୍ଣ ନୁହେଁ, ଦୟାକରି ସମ୍ପୂର୍ଣ୍ଣ ଟିକାକରଣ ସୂଚୀ ପାଇଁ ଆପଣଙ୍କ ସନ୍ତାନର ପେଡିଆଟ୍ରିସିଆନଙ୍କ ସହ ପରାମର୍ଶ କରନ୍ତୁ। ଏହି ସୂଚନାରେ ଦର୍ଶାଯାଇଥିବା ଡାକ୍ତର କେବଳ ବର୍ଣ୍ଣନା ନିମନ୍ତେ ବ୍ୟବହାର କରାଯାଇଛି ଏବଂ ଏହା ହେଉଛି ଏକ ପ୍ରଫେସନାଲ୍ ମଡେଲ୍‌।
ସିଏଲ୍ କୋଡ୍: ଏନ୍‌ପି-ଆଇଏନ୍-ଏବିଏକ୍ସ-ଡବ୍ଲ୍ୟୁସିଏନ୍‌ଟି-210003, ଡିଓପି ଡିସେମ୍ବର 2021

ଅଂଶୀଦାର କରନ୍ତୁ |
ଅଂଶୀଦାର କରନ୍ତୁ
Vaccination Tracker