ପୋଲିଓ କ’ଣ ଏବଂ ମୋର ଶିଶୁ କିପରି ଏଥିରେ ଆକ୍ରାନ୍ତ ହୋଇପାରେ?
ପୋଲିଓ ଗୋଟିଏ ଭୂତାଣୁ ଦ୍ୱାରା ବ୍ୟାପୁଥିବା ଏକ ଅତ୍ୟଧିକ ସଂକ୍ରାମକ ରୋଗ | ଏହା ସ୍ନାୟୁ-ତନ୍ତ୍ରକୁ ସଂକ୍ରମିତ କରେ ଏବଂ ପକ୍ଷାଘାତ ତଥା ଶ୍ୱାସକ୍ରିୟ-ରେ ସମସ୍ୟାର କାରଣ ହୋଇପାରେ ଏବଂ ଏମିତିକି ବେଳେବେଳେ ମୃତ୍ୟୁ ବି ହୋଇପାରେ| ପୋଲିଓ 5 ବର୍ଷ ବୟ-ସରୁ କମ୍ ବୟ-ସର ଶିଶୁଙ୍କୁ- ପ୍ରଭାବିତ କରିପାରେ ଏବଂ ଏହା ଅତ୍ୟନ୍ତ ସଂକ୍ରାମକ ହୋଇଥାଏ | ଏହା ମୁଖ୍ୟତଃ ମଳ-ମୁଖ ମାର୍ଗ ଦେଇ ଜଣେ ବ୍ୟକ୍ତିଙ୍କ-ଠାରୁ ଆଉ ଜଣେ ବ୍ୟକ୍ତିଙ୍କୁ- ବ୍ୟାପିଥାଏ କିମ୍ବା ଏକ ସାଧାରଣ ବାହକ (ଉଦାହରଣ ସ୍ୱରୂପ ଜଳ କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ)| ଏହା ସହିତ ମଧ୍ୟ ଯଦି ଆପଣଙ୍କ- ଶିଶୁ ପ୍ରଦୂଷିତ ହୋଇଥିବା ଖେଳନା ଇତ୍ୟାଦି ପାଟିରେ ଭର୍ତ୍ତି କରେ, ସେ ସଂକ୍ରମିତ ହୋଇପାରେ |
ଯଦି ମୋ ଶିଶୁ ପୋଲିଓଗ୍ରସ୍ତ ହୁଏ କ’ଣ ଘଟିପାରେ?
ସିଡିସି ଅନୁଯାୟ-, ପୋଲିଓ ଭୂତାଣୁ ସଂକ୍ରମିତ 4 ଜଣ ବ୍ୟକ୍ତିଙ୍କ- ମଧ୍ୟରୁ 1 ଜଣଙ୍କ- ଠାରେ ଫ୍ଲୁ ପରି ଲକ୍ଷଣ ରହିବ ଯାହାକି ତଣ୍ଟି ଦରଜ ହେବା, ଜ୍ୱର, କ୍ଳାନ୍ତି, ଅଇ ଉଠାଇବା, ମୁଂଡ ବ୍ୟଥା, ପେଟ କାଟିବା ଇତ୍ୟାଦି ଅନ୍ତର୍ଭୁକ୍ତ କରେ | ଏହି ରୋଗୀମାନଙ୍କ- ମଧ୍ୟରୁ କେତେକଙ୍କ- କ୍ଷେତ୍ରରେ ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡକୁ ଜଡ଼ିତ କରୁଥିବା ଲକ୍ଷଣ ଦେଖାଦେଇପାରେ | ପକ୍ଷାଘାତ ହେଉଛି ପୋଲିଓ ସହିତ ଜଡ଼ିତ ସବୁଠାରୁ ଗୁରୁତର ଲକ୍ଷଣ | ଏହା ସ୍ଥାୟ- ଅକ୍ଷମତା ଏବଂ ମୃତ୍ୟୁର କାରଣ ହୋଇପାରେ |
ମୋର ନବଜାତ ଶିଶୁକୁ ପୋଲିଓରୁ ସୁରକ୍ଷିତ ରଖିବା ପାଇଁ ଉପାୟ-ଗୁଡ଼ିକ କ’ଣ ରହିଛି?
ପୋଲିଓ ପ୍ରତିହତ କରିବା ପାଇଁ ସବୁଠାରୁ ଉପାଦେୟ- ଉପାୟ- ହେଉଛି ଟିକାକରଣ | ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ଅନ୍ତର୍ଭୁକ୍ତ କରେ ଉପଯୁକ୍ତ ପରିମଳ ବ୍ୟବସ୍ଥା ଏବଂ ଉପଯୁକ୍ତ ପରିଚ୍ଛନ୍ନତା | ପୋଲିଓ ବିରୋଧରେ ଟିକାକରଣ ସମ୍ପର୍କରେ ଅଧିକ ସୂଚନା ପାଇଁ ଆପଣଙ୍କ- ଡାକ୍ତରଙ୍କ- ସହିତ କଥାବାର୍ତ୍ତା କରନ୍ତୁ|