You are now leaving GSK’s website and are going to a website that is not operated/controlled by GSK. Though we feel it could be useful to you,we are not responsible for the content/service or availability of linked sites. You are therefore mindful of these risks and have decided to go ahead.

Agree Stay
Follow Us
Vaccination Center Near You

Shingles

ସୂଚନା ଚାହୁଁଛି :

 

ଆପଣଙ୍କ ପ୍ରତି ଶିଙ୍ଗଲ୍ସ(ହର୍ପିସ ଜୋଷ୍ଟର) ବିପଦ ରହିଛି କି?

ଆପଣ ୫୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର କି?

ଆପଣଙ୍କର ରୋଗ ପ୍ରତିଷେଧକ ନାହିଁ (ଦୁର୍ବଳ ରୋଗ ପ୍ରତିଷେଧକ ପ୍ରଣାଳୀ ଅଛି) କି?

ଆପଣଙ୍କୁ ହାଡ଼ଫୁଟି ହୋଇଥିଲା କି?

ଆପଣଙ୍କୁ ମଧୁମେହ, ଶ୍ୱାସରୋଗ କିମ୍ବା ସିଓପିଡି ଅଛି କି?

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ଏବଂ ଏହାର ନିରାକରଣ ବିଷୟରେ ଅଧିକ ଜାଣିବା ଲାଗି ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ

ଏହି ବିପଦ ପରୀକ୍ଷାର ତଥ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ଓ ଏହାର ନିରାକରଣ କ୍ଷେତ୍ରରେ ସେମାନଙ୍କୁ ସହାୟତା କରନ୍ତୁ

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) କ’ଣ?

ଶିଙ୍ଗଲ୍ସକୁ ମଧ୍ୟ ହର୍ପିସ ଜୋଷ୍ଟର କୁହାଯାଏ, ଯାହାକି ଭେରିସେଲା ଜୋଷ୍ଟର ଭୂତାଣୁ ପୁନଃସଂକ୍ରମଣ କାରଣରୁ ହୋଇଥାଏ। ଚିକେନପକ୍ସ ହେବା ପରେ କିମ୍ବା ଭେରିସେଲା ଜୋଷ୍ଟର ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ସାରା ଜୀବନ ଏହି ଭୂତାଣୁ ଶରୀରରେ ନିଷ୍କ୍ରିୟ ଅବସ୍ଥାରେ ରହିଥାଏ। ବୟସ ବଢ଼ିବା ସହିତ ରୋଗ ପ୍ରତିଷେଧକ ପ୍ରଣାଳୀ ସ୍ୱାଭାବିକ ଭାବେ ଦୁର୍ବଳ ହୋଇଯାଏ, ଯାହା ସାଧାରଣତଃ ନିଷ୍କ୍ରିୟ ଭୂତାଣୁକୁ ପୁଣିଥରେ ସକ୍ରିୟ ହେବା ଲାଗି ସକ୍ଷମ କରିଥାଏ, ଏହି କାରଣରୁ ଶିଙ୍ଗଲ୍ସ ବା ହର୍ପିସ ଜୋଷ୍ଟର ହୋଇପାରେ।

ତେଣୁ, ବୟସ୍କ ଲୋକମାନଙ୍କୁ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏହା ସାଧାରଣତଃ ଶରୀରର ଗୋଟିଏ ପାର୍ଶ୍ୱ କିମ୍ବା ମୁହଁରେ ସୃଷ୍ଟି ହେଉଥିବା ଏକ ଯନ୍ତ୍ରଣାଦାୟକ, ଛାଲି ହେବା ଭଳି ଲାଲ ଚକଡ଼ା ଦାଗ

ଆପଣ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ବିଷୟରେ କ’ଣ ଜାଣିବାକୁ ଚାହୁଁଛନ୍ତି

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) କାହିଁକି ହୋଇଥାଏ?

ଭେରିସେଲା ଜୋଷ୍ଟର ଭୂତାଣୁ ହାଡ଼ଫୁଟି (ଯାହାକୁ ହର୍ପିସ ଜୋଷ୍ଟର ମଧ୍ୟ କୁହାଯାଏ) ପାଇଁ ଦାୟୀ ଅଟେ। ଜଣେ ବ୍ୟକ୍ତିଙ୍କୁ ହାଡ଼ଫୁଟି ହେବା ପରେ ଏହି ଭୂତାଣୁ ତାଙ୍କ ଶରୀରରେ ନିଷ୍କ୍ରିୟ ହୋଇ ରହିଥାଏ। କିଛି ବର୍ଷ ପରେ ଏହି ଭୂତାଣୁ ପୁନଃସକ୍ରିୟ ହୋଇଥାଏ ଏବଂ ଶିଙ୍ଗଲ୍ସ ସୃଷ୍ଟି କରିଥାଏ। କେଉଁ କାରଣରୁ ଭୂତାଣୁ ପୁନର୍ବାର ସକ୍ରିୟ ହୋଇଥାଏ ତାହାର ସଠିକ୍‌ କାରଣ ଜାଣିବା ଲାଗି ବୈଜ୍ଞାନିକମାନେ ସକ୍ଷମ ହୋଇନାହାନ୍ତି। ତେବେ ଏହାର ଏକାଧିକ କାରଣ ଥାଇପାରେ। ବୟସ ବଢ଼ିବା ସହିତ ରୋଗ ପ୍ରତିଷେଧକ ଶକ୍ତି ଦୁର୍ବଳ ହୋଇଥାଏ। ରୋଗ ପ୍ରତିଷେଧକ ଶକ୍ତି ଯେତେ ଅଧିକ ଦୁର୍ବଳ ହୋଇଥାଏ, ଭୂତାଣୁକୁ ପୁଣିଥରେ ସକ୍ରିୟ ହେବାରୁ ରୋକିବାର ସମ୍ଭାବନା ସେତିକି କମିଯାଏ। ସେଥିପାଇଁ, ବୃଦ୍ଧ ଲୋକମାନଙ୍କୁ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହେବାର ଅଧିକ ବିପଦ ରହିଥାଏ।

୫୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକ କାହିଁକି ଅଧିକ ବିପଦରେ ଥାଆନ୍ତି?

ପ୍ରଥମ କଥା ହେଉଛି, ଯେଉଁମାନଙ୍କୁ ପୂର୍ବରୁ ହାଡ଼ଫୁଟି ହୋଇଛି ସେମାନଙ୍କ ଠାରେ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ସୃଷ୍ଟିକାରୀ ଭୂତାଣୁ ଥାଆନ୍ତି। କିଛି ଲୋକଙ୍କର ହାଡ଼ଫୁଟି ହୋଇଥିଲା କିନ୍ତୁ ସେମାନଙ୍କର ତାହା ମନେ ନାହିଁ କିମ୍ବା ସେମାନେ ଏହା ଜାଣିପାରିନାହାନ୍ତି । ସେମାନେ ଯେତେ ସୁସ୍ଥ ଅନୁଭବ କରନ୍ତୁ ପଛରେ, ଯଦି ଭୂତାଣୁ ସକ୍ରିୟ ହୁଏ ତା’ହେଲେ ସେମାନଙ୍କ ଠାରେ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ଦେଖାଦେଇପାରେ।

କମ୍‌ ରୋଗ ପ୍ରତିଷେଧକ ଶକ୍ତି ଥିବା ଲୋକମାନଙ୍କ ଠାରେ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହେବାର ଆଶଙ୍କା ଅଧିକ ଥାଏ। ଆଉ ଯେହେତୁ ବୟସ ବଢ଼ିବା ସହିତ ରୋଗ ପ୍ରତିଷେଧକ ଶକ୍ତି ସ୍ୱାଭବିକ ଭାବେ ଦୁର୍ବଳ ହୋଇଥାଏ, ୫୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପ୍ରତି ଅଧିକ ବିପଦ ରହିଥାଏ।

ବୟସ୍କ ଲୋକମାନଙ୍କ ଠାରୁ ପୋଷ୍ଟ-ହର୍ପେଟିକ ନ୍ୟୁରାଲଜିଆ (ପିଏଚଏନ) ଭଳି ଜଟିଳତା ଦେଖାଦେବାର ଅଧିକ ବିପଦ ରହିଥାଏ।

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ସଂକ୍ରାମକ କି?

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ସୃଷ୍ଟି କରୁଥିବା ଭୂତାଣୁ ଆପଣଙ୍କ ଶରୀରରେ ହାଡ଼ଫୁଟି ସଂକ୍ରମିତ ହେବା ସମୟରୁ ରହିଥାଏ। ପୁନର୍ବାର ସକ୍ରିୟ ନହେବା ପର୍ଯ୍ୟନ୍ତ ଏହା ନିଷ୍କ୍ରିୟ ରହିଥାଏ। ତେଣୁ ଆପଣଙ୍କ ଠାରୁ ଏହା ଅନ୍ୟମାନଙ୍କୁ ସଂକ୍ରମିତ ହୋଇପାରିବ ନାହିଁ।

ତେବେ, ଯଦି ଅନ୍ୟମାନଙ୍କୁ ହାଡ଼ଫୁଟି ହୋଇନାହିଁ କିମ୍ବା ସେମାନେ ଏହାଠାରୁ ସୁରକ୍ଷିତ ନାହାନ୍ତି ତା’ହେଲେ ସେମାନଙ୍କୁ ଏହା ସଂକ୍ରମିତ ହୋଇପାରେ। ଯଦି ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହୋଇଥିବା ଜଣେ ବ୍ୟକ୍ତିଙ୍କ ଚର୍ମଦାଗ ସହିତ ଅନ୍ୟ ଜଣେ ବ୍ୟକ୍ତି ସଂସ୍ପର୍ଶରେ ଆସନ୍ତି ତା’ହେଲେ ଭୂତାଣୁ ସଂକ୍ରମିତ ହୋଇ ତାଙ୍କ ଠାରେ ହାଡ଼ଫୁଟି ଦେଖାଦେଇପାରେ।

କେତେଦିନ ପର୍ଯ୍ୟନ୍ତ ଶିଙ୍ଗଲ୍ସର ଚର୍ମଦାଗ ରହିପାରେ?

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ସାଧାରଣତଃ ଏକ ଯନ୍ତ୍ରଣାଦାୟକ ଦାଗ ସୃଷ୍ଟି କରିଥାଏ ଯାହାକି ଛାଲି ଭଳି ହୋଇଯାଏ ଏବଂ ୧୦ରୁ ୧୫ ଦିନରେ ଶୁଖିଯାଏ ଓ ୨ରୁ ୪ ସପ୍ତାହ ମଧ୍ୟରେ ସଫା ହୋଇଯାଏ। ଏହା ସାଧାରଣତଃ ଶରୀରର ଗୋଟିଏ ପାର୍ଶ୍ୱ କିମ୍ବା ମୁହଁରେ ଦେଖା ଦେଇପାରେ । ଏହି ଦାଗ ଶରୀରରେ ଦେଖା ଦେବାର ୪୮-୭୨ ଘଣ୍ଟା ପୂର୍ବରୁ ଲୋକମାନଙ୍କୁ ସେହି ସ୍ଥାନରେ ଯନ୍ତ୍ରଣା, କୁଣ୍ଡେଇ ହେବା, ଝିମଝିମ ହେବା କିମ୍ବା ବଧିରା ଲାଗିବା ଭଳି ଅନୁଭବ ହୋଇପାରେ।

ମାନସିକ ଚାପ କାରଣରୁ ଶିଙ୍ଗଲ୍ସ ହେବାର ବିପଦ ବଢ଼ିଯାଏ କି?

ମାନସିକ ଚାପ ଆପଣଙ୍କ ଠାରେ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ। କୁହାଯାଏ ଯେ, ବୟସ ହେଉଛି ଶିଙ୍ଗଲ୍ସ ବିକଶିତ ହେବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରକ। ୫୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ ପରେ ଅଧିକାଂଶ ବୟସ୍କଙ୍କ ଠାରେ ଶିଙ୍ଗଲ୍ସ ଦେଖା ଦେଇଥାଏ।

ଅଧିକ ଜାଣିବା ଲାଗି ଦୟାକରି ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ହାଡ଼ଫୁଟି ଏବଂ ଶିଙ୍ଗଲ୍ସ ମଧ୍ୟରେ କ’ଣ ସମ୍ପର୍କ ରହିଛି?

ହାଡ଼ଫୁଟି ଏକ ଅତି ସଂକ୍ରାମକ ରୋଗ ଯାହାକି ଶରୀର ସାରା ଫୋଟକା ଭଳି ଦାଗ ସୃଷ୍ଟି କରିଥାଏ, ଯାହାକି କୁଣ୍ଡେଇ ହୋଇଥାଏ ଏବଂ ଜ୍ୱର ହୋଇଥାଏ। ହାଡ଼ଫୁଟି ଭୂତାଣୁ ପୁନଃସକ୍ରିୟ ହୋଇ ଶିଙ୍ଗଲ୍ସ ସୃଷ୍ଟି କରିପାରେ। ଯେଉଁମାନଙ୍କୁ ଶିଙ୍ଗଲ୍ସ ହୋଇଥାଏ ସେମାନେ ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ ଯନ୍ତ୍ରଣା, କୁଣ୍ଡେଇ ହେବା, ଫୁଲା ଓ ଫୋଟକା ଭଳି ଦାଗ ଅନୁଭବ କରିପାରନ୍ତି ଯାହାକି କିଛି ସପ୍ତାହ ପର୍ଯ୍ୟନ୍ତ ରହିପାରେ ।

ଯଦି ମୋତେ ହାଡ଼ଫୁଟି ହୋଇନାହିଁ ତଥାପି ମୋ ପ୍ରତି ବିପଦ ରହିଛି କି?

ଯଦି ସେମାନଙ୍କୁ କେବେ ହାଡ଼ଫୁଟି ହୋଇନାହିଁ ତା’ହେଲେ ସେମାନଙ୍କ ଠାରେ କେବେ ବି ଶିଙ୍ଗଲ୍ସ ହୋଇପାରିବ ନାହିଁ । ତେବେ ଯଦି ସେମାନେ ଅଜାଣତରେ ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି କିମ୍ବା ସେମାନଙ୍କ ମନେ ନାହିଁ ତା’ହେଲେ ଏହି ରୋଗ ହେବାର ଆଶଙ୍କା ରହିଛି । ଏପରି କ୍ଷେତ୍ରରେ ବୟସ୍କ ଲୋକଙ୍କ ଠାରେ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହେବାର ଅଧିକ ଆଶଙ୍କା ରହିଛି।

ହର୍ପିସ ଜୋଷ୍ଟର ଅପଥାଲମିକସ କ’ଣ?

ହର୍ପିସ ଜୋଷ୍ଟର ଅପଥାଲମିକସ ହେଉଛି ଏପରି ଏକ ଶିଙ୍ଗଲ୍ସ ସଂକ୍ରମଣ ଯାହା ଆପଣଙ୍କ ଆଖି ଏବଂ ଚକ୍ଷୁର ବିଭିନ୍ନ ସ୍ଥାନକୁ ପ୍ରଭାବିତ କରିଥାଏ। ଏହାର ପ୍ରଭାବରେ କପାଳରେ ଦାଗ ସୃଷ୍ଟି ହେବା ଏବଂ ସବୁ ଟିସ୍ୟୁରେ ଯନ୍ତ୍ରଣାଦାୟକ ଫୁଲା ଭଳି ଲକ୍ଷଣ ଦେଖା ଦେଇପାରେ।

ଶିଙ୍ଗଲ୍ସର ସମ୍ଭାବ୍ୟ ଜଟିଳତା

ଅଧିକାଂଶ ଲୋକ ଶିଙ୍ଗଲ୍ସ ସଂକ୍ରମଣରୁ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇଯାଉଥିବା ବେଳେ, କିଛି ଲୋକ ସ୍ୱାସ୍ଥ୍ୟଗତ ଜଟିଳତାର ସାମ୍ନା କରିପାରନ୍ତି।

  • ପୋସଥେରପେଟିକ ନ୍ୟୁରାଲଜିଆ (ପିଏଚଏନ)
  • ଚକ୍ଷୁ ସମ୍ବନ୍ଧୀୟ ରୋଗ
  • ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା
  • ଶ୍ରବଣ ସମସ୍ୟା ଏବଂ ସନ୍ତୁଳନ ବିଗଡ଼ିଯିବା

ପୋସଥେରପେଟିକ ନ୍ୟୁରାଲଜିଆ (ପିଏଚଏନ)

ପିଏଚଏନ ହେଉଛି ଏପରି ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଯାହା ଶିଙ୍ଗଲ୍ସ ଆକ୍ରାନ୍ତ ୨୫% ଲୋକଙ୍କୁ ପ୍ରଭାବିତ କରିଥାଏ। ଏହାର ଅନ୍ୟତମ ମୁଖ୍ୟ ଲକ୍ଷଣ ହେଉଛି ଶିଙ୍ଗଲ୍ସ ଦାଗ ଭଲ ହୋଇଯିବା ପରେ କିଛି ମାସ କିମ୍ବା କିଛି ବର୍ଷ ପର୍ଯ୍ୟନ୍ତ ସ୍ନାୟୁ ଯନ୍ତ୍ରଣା ଲାଗି ରହିବା। ଏହି ଯନ୍ତ୍ରଣା ପ୍ରାୟତଃ ପ୍ରଭାବିତ କ୍ଷେତ୍ରରେ ଦେଖା ଦିଏ।

ଚକ୍ଷୁ ସମ୍ବନ୍ଧୀୟ ରୋଗ

ଆଖି କିମ୍ବା ନାକକୁ ପ୍ରଭାବିତ କରୁଥିବା ଏକ ଶିଙ୍ଗଲ୍ସ ଯାହାକୁ ହର୍ପିସ ଜୋଷ୍ଟର ଅପଥାଲମିକସ (ଏଚଜେଡ୍‌ଓ) କୁହାଯାଏ, ସେଥିରେ ସଂକ୍ରମିତ ୫୦% ଲୋକଙ୍କ ଠାରେ ଚକ୍ଷୁ ସମ୍ବନ୍ଧୀୟ ଜଟିଳତା ଦେଖାଦେଇପାରେ। ଏଚଜେଡ୍‌ଓରେ ସଂକ୍ରମିତ ୩୦% ଲୋକଙ୍କ ଠାରେ ଦ୍ୱୈତ ଦୃଷ୍ଟି ବା ଡବଲ ଭିଜନ ସମସ୍ୟା ଦେଖାଦେଇପାରେ। ଆଖିର ଦୃଷ୍ଟି ସହ ଜଡ଼ିତ ସ୍ନାୟକୁ ପ୍ରଭାବିତ କରିବାର ଆଶଙ୍କା କ୍ୱଚିତ୍ ଏବଂ ଏହା ଏଚଜେଡ୍‌ଓ ସଂକ୍ରମିତ ୦.୫%ରୁ କମ ଲୋକଙ୍କ ଠାରେ ଦେଖାଦିଏ।

ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା

ଏନସେଫାଲାଇଟିସ (ମସ୍ତିଷ୍କରେ ଫୁଲା) ଭଳି ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ଅତି କ୍ୱଚିତ୍ ଏବଂ ଏହା ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ଆକ୍ରାନ୍ତ ୧% ପର୍ଯ୍ୟନ୍ତ ଲୋକଙ୍କ ଠାରେ ଦେଖାଦେଇପାରେ।

ଶ୍ରବଣ ସମସ୍ୟା ଏବଂ ସନ୍ତୁଳନ ବିଗଡ଼ିଯିବା

କ୍ୱଚିତ୍ ମାମଲାରେ, ଶିଙ୍ଗଲ୍ସ ଭୂତାଣୁ ଶ୍ରବଣ ପ୍ରଣାଳୀରେ ପୁନଃସକ୍ରିୟ ହୋଇପାରେ, ଯାହାକି ହର୍ପିସ ଜୋଷ୍ଟର ଓଟିକସ ହେବାର କାରଣ ସାଜିପାରେ। ଏହାର ଲକ୍ଷଣ ସ୍ୱରୂପ ଶ୍ରବଣ ଶକ୍ତି ହ୍ରାସ, ମୁଣ୍ଡବୁଲାଇବା, ଟିନିଟସ, ଗୁରୁତର ମୁଖ ଯନ୍ତ୍ରଣା ଏବଂ ମୁହଁରେ ପକ୍ଷାଘାତ (ରାମସେ ହଣ୍ଟ ସିଣ୍ଡ୍ରମ) ସାମିଲ ରହିଛି । ଶିଙ୍ଗଲ୍ସ ଥିବା ୧% ଲୋକଙ୍କ ଠାରେ ସନ୍ତୁଳନ ବିଗିଡ଼ିଯିବା ଭଳି ସମସ୍ୟା ଦେଖାଦେଇପାରେ।

ଏହା ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ପରେ ଉତ୍ପନ୍ନ ହେଉଥିବା ସ୍ୱାସ୍ଥ୍ୟଗତ ଜଟିଳତାର ବିସ୍ତୃତ ତାଲିକା ନୁହେଁ। ଅଧିକ ସୂଚନା ପାଇଁ ଦୟାକରି ଡାକ୍ତରଙ୍କ ସହିତ କଥା ହୁଅନ୍ତୁ।

ଲକ୍ଷଣ ଗୁଡ଼ିକ କ’ଣ?

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ସାଧାରଣତଃ ଏକ ଯନ୍ତ୍ରଣାଦାୟକ ଏବଂ ଛାଲି ହେବା ଭଳି ଦାନା ଆକୃତିର ଚର୍ମଦାଗ ସୃଷ୍ଟି କରିଥାଏ ଯାହାକି ଦେହ (ଟୋରସୋ) ର ବାମ କିମ୍ବା ଡାହାଣ ପାର୍ଶ୍ୱ ଫୋଟକା ଭଳି ପଟି ଆକୃତିର ହୋଇଥାଏ। ଏହା ମଧ୍ୟ ଦେହ (ଟୋରସୋ), ବାହୁ, ଜଙ୍ଘ କିମ୍ବା ମୁଣ୍ଡ (ଆଖି କିମ୍ବା ନାକ ସମେତ)ରେ ହୋଇପାରେ । ଆକ୍ରାନ୍ତ ଲୋକମାନେ ଯନ୍ତ୍ରଣା#, ପୋଡ଼ାଜଳା#, ଛୁଞ୍ଚି ଫୋଡ଼ିବା ଭଳି ଲାଗିବା#, ଝଟକା ଭଳି ଲାଗିବା# କିମ୍ବା ବିଦ୍ୟୁତ ଆଘାତ ଲାଗିବା# ଭଳି ଅନୁଭବ କରିପାରନ୍ତି। ଏହା ଦୈନନ୍ଦିନ କାର୍ଯ୍ୟ ଯଥା ପୋଷାକ ପିନ୍ଧିବା, ଚାଲିବା ଓ ଶୋଇବାକୁ ପ୍ରଭାବିତ କରିପାରେ।

ସଂକ୍ରମଣର ଅନୁଭବ କିପରି ହୋଇଥାଏ।

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ସଂକ୍ରମଣ ସାଧାରଣତଃ ତ୍ୱଚାରେ ଦାନା ଭଳି ଦାଗ ସୃଷ୍ଟି ହେବାରୁ ଆରମ୍ଭ ହୋଇଥାଏ ଯାହା ଶରୀରର ଏକ ଛୋଟ ଅଂଶକୁ ପ୍ରଭାବିତ କରିଥାଏ। ପ୍ରଭାବିତ ବ୍ୟକ୍ତି ଯନ୍ତ୍ରଣା ଅନୁଭବ କରିପାରନ୍ତି, ଯାହାକି ବିଦ୍ୟୁତ ଆଘାତ ଭଳି ଲାଗିବା#, କିମ୍ବା ନଖରେ ରାମ୍ପି ଦେବା # କିମ୍ବା ଗରମ ପାଣି ପଡ଼ି ପୋଡ଼ିବା#, କୁଣ୍ଡେଇ ହେବା, ଝିମଝିମ ଲାଗିବା ଏବଂ ଦାଗ ଦେଖା ଦେବାର ୪୮-୭୨ ଘଣ୍ଟା ପୂର୍ବରୁ ପ୍ରଭାବିତ କ୍ଷେତ୍ରରେ ବଧିରା ଲାଗିବା ଭଳି ହୋଇପାରେ।

ପ୍ରଭାବିତ ଲୋକମାନେ ଜ୍ୱର, ମୁଣ୍ଡବ୍ୟଥା, ଶୀତ ଲାଗିବା, ପେଟ ଖରାପ ହେବା ଭଳି ଅନୁଭବ କରିପାରନ୍ତି।

ତେଣୁ ଯଦି ଆପଣ ଏଥିମଧ୍ୟରୁ କୌଣସି ଲକ୍ଷଣ ଅନୁଭବ କରୁଛନ୍ତି ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

ନଖରେ ରାମ୍ପିବା #

ବିଦ୍ୟୁତ ଆଘାତ #

ଗରମ ପାଣି ପଡ଼ି ପୋଡ଼ିବା #

ଚିଙ୍ଗୁଡ଼ି: ପ୍ରତିରୋଧ ଏବଂ ଚିକିତ୍ସା ବିକଳ୍ପ

ଯଦି ଆପଣଙ୍କୁ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହୋଇଛି ତା’ହେଲେ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଜାଣିବା ଲାଗି ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ନିରାକରଣ ବିକଳ୍ପ
ହାଡ଼ଫୁଟି ହେବା ପରେ ଶରୀରରେ ରହିଯାଇଥିବା ଭୂତାଣୁ ପୁନଃସକ୍ରିୟ ହେବା ପରେ ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ହୋଇଥାଏ। ତେଣୁ ଯଦି ଜଣେ ବ୍ୟକ୍ତିଙ୍କୁ ପୂର୍ବରୁ କେବେ ହାଡ଼ଫୁଟି ହୋଇନାହିଁ ତା’ହେଲେ ତାଙ୍କୁ ହାଡ଼ଫୁଟି କିମ୍ବା ଶିଙ୍ଗଲ୍ସ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ କୁହନ୍ତୁ। ଆହୁରି, ହାଡ଼ଫୁଟିର ବିପଦ ଠାରୁ ସୁରକ୍ଷିତ ରହିବା ଲାଗି ତାଙ୍କୁ ହାତ ଓ କାଶିବା ସଂକ୍ରାନ୍ତ ସ୍ୱଚ୍ଛତା ବଜାୟ ରଖିବାକୁ କୁହନ୍ତୁ।

ଶିଙ୍ଗଲ୍ସ (ହର୍ପିସ ଜୋଷ୍ଟର) ନିରାକରଣ ଲାଗି ଶ୍ରେଷ୍ଠ ଉପାୟଗୁଡ଼ିକ କ’ଣ?

ଟିକାକରଣ ଦ୍ୱାରା ଶିଙ୍ଗଲ୍ସକୁ ଦୂର କରାଯାଇପାରିବ । ଶିଙ୍ଗଲ୍ସ ଓ ଏହାର ନିରାକରଣ ସମ୍ପର୍କରେ ଅଧିକ ଜାଣିବା ଲାଗି ନିଜ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

ଟିକାକରଣ କିଭଳି ଶିଙ୍ଗଲ୍ସ ନିରାକରଣ କରିଥାଏ?

ଟିକାକରଣ ଆପଣଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ସୁଦୃଢ଼ କରିଥାଏ ଯାହାଫଳରେ ଏହାକ ଶିଙ୍ଗଲ୍ସ ଭୂତାଣୁ ବିରୋଧରେ ଲଢ଼ିପାରିଥାଏ ଏବଂ ଏହାକୁ ପୁନଃସକ୍ରିୟ ହେବାକୁ ଦିଏ ନାହିଁ ।

ଶିଙ୍ଗଲ୍ସ ଚିକିତ୍ସା କିମ୍ବା ପରିଚାଳନା କରିବେ କିପରି?

ଚିକିତ୍ସା ଦ୍ୱାରା ଅସୁସ୍ଥତାର ଗମ୍ଭୀରତା ଓ ଅବଧିକୁ କମା ଯାଇପାରିବ ଏବଂ ଆପଣଙ୍କର ଲକ୍ଷଣ ଉପରେ ନିର୍ଭର କରି ଏଥିରେ ଭୂତାଣକୁ ଦୁର୍ବଳ କରିବା ଏବଂ/କିମ୍ବା ଯନ୍ତ୍ରଣା ନିବାରଣ ସାମିଲ ରହିପାରେ।

ଯଦି ଆପଣଙ୍କୁ ଶିଙ୍ଗଲ୍ସ ହୋଇଥିବା ଭାବୁଛନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ସେମାନେ ଆପଣଙ୍କୁ ସଠିକ ଔଷଧ ପାଇଁ ସୁପାରିସ କରିପାରିବେ ଯାହା ଆପଣଙ୍କ ଲକ୍ଷଣର ଗମ୍ଭୀରତା ଓ ଅବଧିକୁ କମାଇପାରିବ।

 

ଲକ୍ଷଣ ପରିଚାଳନା ପାଇଁ ସାଧାରଣ ପରାମର୍ଶ:

  • ସଂକ୍ରମଣର ବିପଦକୁ କମାଇବା ପାଇଁ ଦାଗ ସ୍ଥାନକୁ ସଫା ଓ ଶୁଖିଲା ରଖନ୍ତୁ
  • ଢିଲା ପୋଷାକ ପରିଧାନ କରନ୍ତୁ
  • ଦିନରେ କିଛି ସମୟ ଥଣ୍ଡା ଚାପ ଦିଅନ୍ତୁ

ଶିଙ୍ଗଲ୍ସ ଓ ଏହାର ନିରାକରଣ ସମ୍ପର୍କରେ ଅଧିକ ଜାଣିବା ଲାଗି ଆପଣଙ୍କ ଡାକ୍ତରଙ୍କ ସହିତ କଥା ହୁଅନ୍ତୁ।


ସନ୍ଦର୍ଭ

REFERENCES
  • Harpaz R et al. MMWR Recomm Rep. 2008 Jun 6;57(RR-5):1-30.
  • eMedicineHealth; 2021; 1-69; Shingles Treatment, Causes, Pictures & Symptoms (REF-143781)
  • Katz J, Melzack R. Measurement of pain. Surg Clin North Am. 1999;79:231252.
  • Weaver BA. J Am Osteopath Assoc. 2009;109(6 Suppl 2):S2
  • CDC Shingles (Herpes Zoster) Clinical overview. Available from: Clinical Overview of Herpes Zoster (Shingles) | CDC Accessed August 2023.
  • Lokeshwar MR;Indian pediatrics;2000;37;714-719
  • Simon AK et al. Proc Biol Sci 2015;282:20143085.
  • Al-Jabri M et al. Infect Dis Clin North Am. 2023;37(1):103-121.
  • CDC. Cause and transmission. https://www.cdc.gov/shingles/about/transmission.html. Accessed Jan 2024.
  • CDC. Signs and symptoms. https://www.cdc.gov/shingles/about/symptoms.html. Accessed Jan 2024.
  • AAD. https://www.aad.org/public/diseases/a-z/shingles-symptoms. Accessed Jan 2024.
  • Schmidt SAJ, et al. Br J Dermatol. 2021;185(1):130-138.
  • Kedar S et al. Journal of Neuro-Opthalmology;2019;39;220-231.
  • Zoster vaccines for Australian adults. NCIRS.2022;1-17.
  • Espiritu R et al. Infectious Disease in Clinical Practice;2007;15;284-288.
  • Crouch AE. NCBI Bookshelf;2022;1-12- Intro (p.1)
  • CDC. Clinical overview of shingles (Herpes zoster). Accessed Jan 2024
  • CDC. Shingles vaccination. Accessed Jan 2024.
  • AAD. https://www.aad.org/public/diseases/a-z/shingles-self-care. Accessed Jan 2024 [Jhumpi Kamki]
  • Johnson RW et Al. BMC Med. 2010;8(1):37 as per the core claims document.